ପୋଖରୀରୁ ମିଳିଲା ବ୍ୟକ୍ତିଙ୍କ ମୃତଦେହ

ପଦ୍ମପୁର,୬।୧୨(ବ୍ୟୁରୋ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧିନ ରାଜଘରପୋଖରୀ ଗ୍ରାମର ଜଣେ ବ୍ୟକ୍ତିଙ୍କର ମୃତଦେହ ନିକଟସ୍ଥ ମହାପାତ୍ର ସାହି ପୋଖରୀରୁ ସୋମବାର ଜବତ କରାଯାଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ସେହି ଗ୍ରାମର ବନମାଳୀ ମହାନ୍ତି(୪୫)।

ସୂଚନାନୁସାରେ, ବ୍ୟକ୍ତି ଜଣଙ୍କ ଗତ ଶୁକ୍ରବାର ସ୍ଥାନୀୟ ବଜାରକୁ ପରିବା ଆଣିବା ଯାଇ ଆଇ ଫେରି ନ ଥିଲେ। ତେବେ ଆଜି ସକାଳେ ପୋଖରୀରେ ତାଙ୍କର ମୃତଦେହ ଭାସୁଥିବାର ଦେଖି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

Share
Tags: bhadrak