ଦିଗପହଣ୍ଡି,୩।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାଧାଦେଇପୁର ପଞ୍ଚାୟତ ଉସ୍ତା ଗ୍ରାମ ନିକଟ ଋଷିକୂଲ୍ୟା କେନାଲରୁ ସୋମବାର ସକାଳେ ପ୍ରାୟ ୪୦ ବର୍ଷ ବୟସର ଜଣେ ଯୁବକଙ୍କ ମୃତଦେହକୁ ପାଟପୁର ପୋଲିସ ଜବତ କରିଛନ୍ତି। ଥାନା ଅପମୃତ୍ୟୁ ମାମଲା ୨୫/୨୫ ଅନୁଯାୟୀ ଜବତ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଟିମ ମୃତଦେହ ଚିହ୍ନଟ ପାଇଁ କେନାଲ ସଂଲଗ୍ନ ବିଭିନ୍ନ ଗ୍ରାମରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ସନ୍ଧ୍ୟା ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରି ନ ଥିବା ଆଇଆଇସି ଦୀପ୍ତି ରଞ୍ଜନ ବେହେରା କହିଛନ୍ତି।