ତୀର ମାଡ଼ କରି ଥିଲେ ଫେରାର: ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ

ନୂଆପଡ଼ା,୨ା୯ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ଥାନା ସୁନାବେଡା ଅଭୟାରଣ୍ୟର ଯୋଗୀମୁଣ୍ଡା ଗାଁରେ ଗତ ମଙ୍ଗଳବାର ଜଣେ ଯୁବକ ୩ ଜଣଙ୍କୁ ତୀର ମାଡ଼କରି ଫେରାର ହୋଇଯାଇଥିଲେ। ସୋମବାର ସମ୍ପୃକ୍ତ ଯୁବକ ଲାଲଧର ପହରିଆ (୪୫)ଙ୍କ ମୃତଦେହ ଏକ ଗଛରେ ଝୁଲୁଥିବା ଗ୍ରାମବାସୀ ଦେଖିବାକୁ ପାଇଛନ୍ତି। ସନ୍ଧ୍ୟା ହୋଇଯିବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ନାହିଁ। ସୂଚନା ଅନୁଯାୟୀ ଗତ ମଙ୍ଗଳବାର ଅପରାହ୍ନରେ ଯୋଗୀମୁଣ୍ଡା ଗାଁର ଲାଲଧର ହାତରେ ଧନୁତୀର ଧରି ଜଙ୍ଗଲପଟୁ ଘରକୁ ଫେରୁଥିଲୋ। ସେହି ସମୟରେ ଶୁକ୍ରୁବାରୀ ପହରିଆ (୪୫) ଘରୁ ବାହାରୁଥିବା ସମୟରେ ଲାଲଧର ତାଙ୍କୁ ତୀରରେ ଆକ୍ରମଣ କରିଥିଲେ। ପରେ ମଙ୍ଗଳୁ ପହରିଆ (୪୬) ସାମ୍‌ନାକୁ ଆସିଯିବାରୁ ତାଙ୍କୁ ମଧ୍ୟ ତୀର ମାଡ କରିଥିଲେ। ଏହା ପରେ ମା’ବାପା ଛେଉଣ୍ଡ ସନ୍ତୋଷ ପହରିଆ (୧୪) ପାଇଖାନାରୁ ଫେରୁଥିବା ବେଳେ ଲାଲଧର ତାଙ୍କୁ ତୀର ମାଡ କରି ଫେରାର ହୋଇଯାଇଥିଲେ। ଗ୍ରାମବାସୀ ଆହତମାନଙ୍କୁ ଖଟିଆରେ ୩ କିମି ବୋହି ସୁନାବେଡା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଶୁକୃବାରୀ ପ୍ରାଥମିକ ଚିକିସତ୍ା ପରେ ଘରକୁ ଫେରିଥିଲେ। ସନ୍ତୋଷ ଓ ମଙ୍ଗଳୁ ଗୁରୁତର ଥିବାରୁ ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତରମାନେ ଅସ୍ତ୍ରୋପଚାର କରି ସନ୍ତୋଷଙ୍କ ପେଟରୁ ତୀର ବାହାର କରିଥିଲେ ା ବର୍ତମାନ ସେମାନେ ସୁସ୍ଥ ଥିବା ଜଣା ପଡିଛି। ସୋମବାର ଗାଁର କିଛି ଲୋକ ବୋରରା ଡଙ୍ଗରକୁ ଗାଈ, ଛେଳି ଚରାଇବା ପାଇଁ ଯାଇଥିବା ସମୟରେ ଏକ ଗଛରେ ଲାଲଧରଙ୍କ ଝୁଲନ୍ତା ମୃତଦେହ ଦେଖି ଗାଁ ଲୋକଙ୍କୁ ଖବର କରିଥିଲେ ା ଗାଁ ଲୋକେ କୋମନା ପୋଲିସକୁ ଖବର ଦେଇଥିଲେ ମଧ୍ୟ ସନ୍ଧ୍ୟା ହୋଇଯିବାରୁ ପୋଲିସ ସେଠାରେ ପହଞ୍ଚତ୍ନାହିଁ। ମଙ୍ଗଳବାର ପୋଲିସ ପହଞ୍ଚତ୍ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବ। ଏହା ହତ୍ୟା କି ଆମତ୍ହତ୍ୟା ଅସ୍ପଷ୍ଟ ରହିଛି ା ବ୍ୟବଚ୍ଛେଦ ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ବୃଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ା