ଧର୍ମଶାଳା,୧୦।୨(ଶିବପ୍ରସାଦ ମହାନ୍ତି): ଚାଲିଗଲା ଗୋଟିଏ ପରିବାରର ଦୁଇଟି ଜୀବନ । ଝୁଲନ୍ତା ଅବସ୍ଥାରେ ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ଏଭଳି ଅଭାବନୀୟ ଘଟଣା ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ମଧୁପୁର ଗଡ଼ କୁକୁଡ଼ା ଖାଳି ଗ୍ରାମରେ ଦେଖିବାକୁ ମିଳିଛି। ଗ୍ରାମର ଜର୍ଜ ମଲିକ ଏବଂ ତାଙ୍କ ସ୍ତ୍ରୀ ଝରଣା ମଲିକ ଗ୍ରାମରେ ଚାଲୁଥିବା ଅଷ୍ଟପ୍ରହରୀ ପୂଜା ସାରି ଆସି ଘରେ ଶୋଇଥିଲେ। ଘଣ୍ଟାଏ ପରେ ଉଭୟଙ୍କୁ ଝୁଲନ୍ତା ଅବସ୍ତାରେ ଦେଖି ଲୋକେ ମେଡିକାଲ ପଠାଇ ଦେଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏଭଳି ଅଭାବନୀୟ ଘଟଣା କାହିଁକି ଘଟିଲା ତାକୁ ନେଇ ସନ୍ଦେହ ଉଠିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘରକୁ ସିଲ କରି ଅଧିକ ତଦନ୍ତ ଚଳାଇଛି।