ଦାରିଙ୍ଗବାଡି, ୧୧।୧୧ (ଅରୁଣ ସାହୁ):କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସର ମଧ୍ୟରେ ମଙ୍ଗଳବାର ବ୍ଲକସ୍ତରୀୟ ସର୍ଗିଫୁଲ ମହୋତ୍ସବ ଉଦଯାପିତ ହୋଇଯାଇଛି। ଏଥିରେ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଶ୍ୱଜିତ ଜାଲିଙ୍କ ତତ୍ୱାବଧାନରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉମାଶଙ୍କର ସାମନ୍ତରାୟଙ୍କ ଅଧ୍ୟକ୍ଷତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦାରିଙ୍ଗବାଡି ବିଡ଼ିଓ ପ୍ରୀତିରଞ୍ଜନ ରଥ ଯୋଗଦେଇଥିଲେ ଅନ୍ୟ ଅତିଥିଙ୍କ ମଧ୍ୟରେ ମୁଖ୍ୟ ବକ୍ତା ଭାବେ ସିଡିପିଓ ସଂନ୍ଧ୍ୟାରାଣୀ ପଣ୍ଡା, ବିଦ୍ୟାଳୟର ଇନଚାର୍ଜ ପ୍ରିନ୍ସପାଲ ସୋନାଲିକା ପୃଷ୍ଟି ପ୍ରମୁଖ ଯୋଗଦାନ କରିଥିଲେ ଏହି ଅବସରରେ ଛାତ୍ରୀଛାତ୍ରମାନଙ୍କ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା କୃତି ଛାତ୍ରୀଛାତ୍ରମାନଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କାର, ମାନପତ୍ର ବଣ୍ଟନ କରାଯାଇଥିଲା। ମହୋତ୍ସବରେ ଛାତ୍ରୀଛାତ୍ରମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି ବକ୍ତୃତା, ଚିତ୍ରାଙ୍କନ, ଏକକ ଅଭିନୟ, ସଙ୍ଗୀତ, ନୃତ୍ୟ ସମେତ ବିଭିନ୍ନ ପ୍ରତିଯୋଗିତା କରାଯାଇଛି ଛାତ୍ରୀଛାତ୍ରଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ଏହି କାର୍ଯ୍ୟକ୍ରମ ପ୍ରତିବର୍ଷ କରାଯାଉଛି ବ୍ଲକସ୍ତରରେ ଯେଉଁମାନେ କୃତିତ୍ୱ ଅର୍ଜନ କରିବେ ସେମାନେ ଜିଲ୍ଲା ସର୍ଗିଫୁଲ ମହୋତ୍ସବ ରେ ଯୋଗଦେଇ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ସେଠାରେ କୃତିତ୍ୱ ହୋଇଥିବା ଛାତ୍ରୀଛାତ୍ର ମାନେ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବାର ସୁଯୋଗ ମିଳିବ ବୋଲି କୁହାଯାଇଛି। ଉଦଯାପନୀ ସଂନ୍ଧ୍ୟାରେ ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଯେଉଁ ପ୍ରତିଯୋଗୀ ଏହି ଦଳଗତ ନୃତ୍ୟ ରେ କୃତିତ୍ୱ ଅର୍ଜନ କରିବେ ସେମାନେ ଜିଲ୍ଲାସ୍ତରୀୟ ସର୍ଗିଫୁଲ ମହୋତ୍ସବ ରେ ଯୋଗଦାନ କରିବେ ବୋଲି କୁହାଯାଇଛି।
ସୂଚନାଯୋଗ୍ୟ, ଉକ୍ତ ମହୋତ୍ସବକୁ ମଙ୍ଗଳବାର ପୂର୍ବାହ୍ନରେ ଦାରିଙ୍ଗବାଡି ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲିକ ଯୋଗଦେଇ ଉଦଘାଟନ କରିଥିଲେ ଉଦଘାଟନୀ ଉତ୍ସବ ରେ ମହୋତ୍ସବ ର ଆବାହକ ତଥା ଗୋଷ୍ଠି ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଶ୍ୱଜିତ ଜାଲି, ପ୍ରଧାନ ଶିକ୍ଷକ ଉମାଶଙ୍କର ସାମନ୍ତରାୟ, ବିଦ୍ୟାଳୟର ଇନଚାର୍ଜ ପ୍ରିନ୍ସପାଲ ସୋନାଲିକା ପୃଷ୍ଟି ଯୋଗଦେଇ ଛାତ୍ରୀଛାତ୍ର ଙ୍କ ଉଦ୍ଧେଶ୍ୟରେ ବିଭିନ୍ନ ପ୍ରସଙ୍ଗରେ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଦାରିଙ୍ଗବାଡି ବାଳିକା ଉଚ୍ଚ ବିଦ୍ୟାଳୟ ସମେତ ଉଲିପଦର, ବୁଡ଼ାଗୁଡା କନ୍ୟାଶ୍ରମ, ଅଲିମାହା ସମେତ ବ୍ଲକ ଅଧୀନରେ ରହିଥିବା ଅନୁସୂଚିତ ଜନଜାତି ଓ ଜାତି ତଥା ପଛୁଆ ବର୍ଗ ଉନ୍ନୟନ ବିଭାଗ ର ବିଦ୍ୟାଳୟ ର ଛାତ୍ରୀଛାତ୍ର ମାନେ ଯୋଗଦାନ କରିଥିଲେ। ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଶିକ୍ଷକଙ୍କ ସମେତ ସହକାରୀ ଶିକ୍ଷକ ମାନେ ପରିଚାଳନା କରିଥିଲେ।