Categories: Home Leftଖେଳ

ଅଲିମ୍ପିକ୍ସରେ ସବୁଠୁ ବଡ଼ ଦଳ ଚାଇନା

ବେଜିଂ,୧୫।୭: ଟୋକିଓ ଅଲିମ୍ପିକ୍ସକୁ ଚାଇନା ସର୍ବବୃହତ୍‌ ଦଳ ପଠାଇବ। ୪୩୧ଜଣ ଆଥ୍‌ଲେଟଙ୍କୁ ନେଇ ଗଠିତ ଏହି ଦଳକୁ ମିଳିଛି ଅଲିମ୍ପିକ୍ସର ସବୁଠାରୁ ବଡ଼ ଦଳର ମାନ୍ୟତା। ଏହି ଦଳରେ ସ୍ଥାନ ପାଇଛନ୍ତି ୨୪ ଅଲିମ୍ପିକ୍‌ ଚାମ୍ପିୟନ। ଯୋଗ୍ୟତା ହାସଲକାରୀଙ୍କ ଆଥ୍‌ଲେଟଙ୍କ ମଧ୍ୟରେ ୨୯୮ ଜଣ ମହିଳା ଓ ୧୩୩ଜଣ ପୁରୁଷ ରହିଛନ୍ତି। ଅଲିମ୍ପିକ୍ସରେ ୨୨୫ଟି ଇଭେଣ୍ଟରେ ଅଂଶଗ୍ରହଣ କରିବ ଚାଇନା। ପୂର୍ବରୁ ଚାଇନା କଦାପି ଅଲିମ୍ପିକ୍ସକୁ ଏତେ ବଡ଼ ଦଳ ପଠାଇ ନ ଥିଲା।