ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା ଓ ପିଠାର ଆସର। ନୂଆ ପୋଷାକ ପରିଧାନ ସହ ଗାଁରେ ରହିଥିବା ପ୍ରାର୍ଥନା ଗୃହ ଓ ଚର୍ଚ୍ଚରେ ଏକାଠି ହେଲେ ଖ୍ରୀଷ୍ଟ ଶ୍ରଦ୍ଧାଳୁ ଆଉ ସାମୂହିକ ପ୍ରାର୍ଥନା ବାଇବେଲ୍‌ ପଠନ ଓ ନିଜ ପରିବାର ଓ ଅଞ୍ଚଳର ମଙ୍ଗଳ କାମନା କରି ପ୍ରାର୍ଥନା କରାଯାଇଛି। ଏହି ପ୍ରରିପ୍ରେକ୍ଷୀରେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ପ୍ରଭୁଯୀଶୁ ଖ୍ରୀଷ୍ଟଙ୍କ ଆଗମନ ପାଇଁ ବୁଧବାର ସନ୍ଧ୍ୟାରୁ ହିଁ ଚଳଚଞ୍ଚଳ ହୋଇପଡିଛି ଗାଁ। ରଙ୍ଗବେରଙ୍ଗ ଆଲୋକ ମାଳରେ ପ୍ରାର୍ଥନା ଗୃହ, ଚର୍ଚ୍ଚ ଝଲସି ଉଠିଛି। ବିଳମ୍ବିତ ରାତିରେ ଯୀଶୁଙ୍କ ଆଗମନ ପରେ କେକ କାଟି ପର୍ବ ପାଳନ କରିବା ସହ ଅସ୍ଥାୟୀ ଗୁହାଳରେ ଶୈଶବ ଯୀଶୁଙ୍କ ପାଦ ଛୁଇଁ ଓ ଚୁମ୍ବନ ଦେଇ ଶ୍ରଦ୍ଧାଳୁ ମାନେ ଆର୍ଶୀବାଦ ଗ୍ରହଣ କରିଥିଲେ। ସେହିପରି ଗୁରୁବାର ପୂର୍ବାହ୍ନରେ ସମସ୍ତ ଚର୍ଚ୍ଚ ରେ ସାମୁହିକ ପ୍ରାର୍ଥନା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

 

Dharitri – Odisha’s No.1 Odia Daily