ଆଧୁନିକ ଯୁଗର ବାହୁବଳୀ

ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହାକୁ ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ। ଭିଡିଓରେ ୪ଜଣ ବ୍ୟକ୍ତି ଏକ ବାଇକ୍‌କୁ ଉଠାଇ ଅନ୍ୟ ଜଣେ ବ୍ୟକ୍ତିଙ୍କ ମୁଣ୍ଡ ଉପରେ ରଖୁଛନ୍ତି। ଏହି ବାଇକ୍‌କୁ ବସ୍‌ ଉପରକୁ ଉଠାଇବାର ଥିଲା। ତେବେ ଉକ୍ତ ବ୍ୟକ୍ତି ବାଇକ୍‌କୁ ମୁଣ୍ଡରେ ରଖି ନ ଧରି ସିଢ଼ିରେ ଅତି ସହଜରେ ବାସ୍‌ ଉପରକୁ ଚଢ଼ିଯାଉଛନ୍ତି। ଉପରେ ପହଞ୍ଚିବା ପରେ ବ୍ୟକ୍ତି ଜଣଙ୍କ ବାଇକ୍‌କୁ ମୁଣ୍ଡରୁ ଓହ୍ଲାଉଛନ୍ତି। ଏହି ଭିଡିଓକୁ ଲୋକେ ଖୁବ୍‌ ପସନ୍ଦ କରିବା ସହ ଏହା ଆଧୁନୀକ ଯୁଗର ବାହୁବଳୀ ବୋଲି କହୁଛନ୍ତି।