BRISBANE, AUSTRALIA - JANUARY 15: Mohammed Siraj of India bowls during day one of the 4th Test Match in the series between Australia and India at The Gabba on January 15, 2021 in Brisbane, Australia. (Photo by Albert Perez - CA/Cricket Australia via Getty Images)
ବ୍ରିସ୍ବେନ, ୧୬।୧(ପି.ଟି.): ଅଷ୍ଟ୍ରେଲୀୟ ଦର୍ଶକ ନିଜ ପ୍ରକୃତି ଛାଡିପାରି ନାହାନ୍ତି। ପୁଣି ଥରେ ସେମାନେ ଭାରତୀୟ କ୍ରିକେଟରଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର କରିଛନ୍ତି। ଚତୁର୍ଥ ଟେଷ୍ଟର ପ୍ରଥମ ଦିନରେ ଷ୍ଟାଡିୟମର କିଛି ଦର୍ଶକ ଯୁବ ଦ୍ରୁତ ବୋଲର ମହମ୍ମଦ ସିରାଜ ଓ ପଦାର୍ପଣ କରିଥିବା ସ୍ପିନ୍ ଅଲ୍ରାଉଣ୍ଡର ଓ୍ବାଶିଂଟନ ସୁନ୍ଦରଙ୍କୁ କୀଡ଼ା ବା କୀଡ଼ାର ପିଲା ବୋଲି ସମ୍ବୋଧନ କରିଥିଲେ। ଏ ନେଇ ‘ସିଡ୍ନୀ ମର୍ନିଂ ହେରାଲ୍ଡ’ ଖବର କାଗଜ ରିପୋର୍ଟ ପ୍ରକାଶ କରିଛି। ମୋ ପଛରେ ବସିଥିବା କିଛି ଲୋକ ସୁନ୍ଦର ଓ ସିରାଜଙ୍କୁ କୀଡ଼ା ବୋଲି କହୁଥିବାରୁ ଶୁଣିଛି ବୋଲି ଜଣେ ଦର୍ଶକ ଏହି ଖବର କାଗଜକୁ କହିଛନ୍ତି।
ଏହାପୂର୍ବରୁ ସିଡ୍ନୀ କ୍ରିକେଟ ଗ୍ରାଉଣ୍ଡ (ଏସ୍ସିଜି)ରେ ଅନୁଷ୍ଠିତ ତୃତୀୟ ଟେଷ୍ଟର ତୃତୀୟ ଓ ଚତୁର୍ଥ ଦିବସରେ ମଧ୍ୟ ସିରାଜଙ୍କୁ ଦର୍ଶକମାନେ ବର୍ଣ୍ଣବୈଷମ୍ୟ ଆକ୍ଷେପ କରିଥିଲେ। ଫଳରେ ସୁରକ୍ଷାକର୍ମୀମାନେ ୬ ଜଣ ଦର୍ଶକଙ୍କୁ ଷ୍ଟାଡିୟମରୁ ବାହାର କରି ଦେଇଥିଲେ। କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ମଧ୍ୟ ଏ ନେଇ କ୍ଷମା ମାଗିଥିଲା। ସିରାଜ ଏ ନେଇ ଅଭିଯୋଗ କରିବା ପରେ ୧୦ ମିନିଟ୍ ଖେଳ ବନ୍ଦ ରହିଥିଲା। ଏ ନେଇ ବିସିସିଆଇ ମଧ୍ୟ ମ୍ୟାଚ ରେଫରିଙ୍କ ନିକଟରେ ଆନୁଷ୍ଠାନିକ ଭାବେ ଅଭିଯୋଗ କରିଥିଲା। ଆଇସିସି ମଧ୍ୟ ଏହି ମାମଲାରେ ପ୍ରବଳ ଅସନ୍ତୋଷ ଜାହିର କରିଥିଲା। ପୂର୍ବତନ କ୍ରିକେଟର ଓ ଭାରତୀୟ ଅଧିନାୟକ ବିରାଟ କୋହଲି, ଅଷ୍ଟ୍ରେଲିଆ ଅଧିନାୟକ ଟିମ୍ ପେନ୍ ଓ କୋଚ୍ ଜଷ୍ଟିନ ଲାଙ୍ଗର ଦର୍ଶକଙ୍କ ଏଭଳି ଆଚରଣକୁ ଦୃଢ ଭାବେ ନିନ୍ଦା କରିଥିଲେ।