Categories: Home Leftଖେଳ

କୋଲକାତାରେ ପୁରସ୍କାର ଗ୍ରହଣ କରିବେ ଦୂତୀ

ଭୁବନେଶ୍ୱର, ୨୮।୮(କ୍ରୀଡ଼ା ପ୍ରତିନିଧି)-
କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ବର୍ଷର ଜାତୀୟ କ୍ରୀଡ଼ା ପୁରସ୍କାର ସମାରୋହ ରାଷ୍ଟ୍ରପତି ଭବନରେ ହେବନାହିଁ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ରାଷ୍ଟ୍ରପତି ଭବନରେ ରହି ଭର୍ଚୁଆଲ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ କ୍ରୀଡ଼ାବିତ୍‌ଙ୍କୁ ପୁରସ୍କୃତ କରିବେ। ଓଡ଼ିଶାର ଏକମାତ୍ର ଆଥଲେଟ୍‌ଭାବେ ଦୂତୀ ଅର୍ଜୁନ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। କୋଲକାତାରେ ଏକାଧିକ ଆଥଲେଟ୍‌ ପୁରସ୍କୃତ ହେବାର ଥିବାରୁ ଦୂତୀଙ୍କୁ ସେଠାକୁ ଯାଇ ପୁରସ୍କାର ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି। ତେଣୁ ଦୂତୀ ଗୁରୁବାର କୋଲକାତାରେ ପହଞ୍ଚତ୍ଛନ୍ତି। ଅଗଷ୍ଟ ୨୯ ପୂର୍ବରୁ ପୁରସ୍କାର ଗ୍ରହଣ ସମ୍ପର୍କିତ ରିହର୍ସାଲ କୋଲକାତାରେ ଅନୁଷ୍ଠିତ ହେବ। ଏଥିରେ ଭର୍ଚୁଆଲ କାର୍ଯ୍ୟକ୍ରମରେ କିପରି ପୁରସ୍କାର ପ୍ରଦାନ କରାଯିବ ସେ ସମ୍ପର୍କରେ ଅବଗତ କରାଯିବ। କୋଲକାତା ଯାତ୍ରା ସମୟର ଏକ ଫଟୋ ଦୂତୀ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ତେବେ ବ୍ୟକ୍ତିଗତଭାବେ ସେ କାହାଠାରୁ ପୁରସ୍କାର ଗ୍ରହଣ କରିବେ ସେ ସମ୍ପର୍କରେ ଜାଣିନାହାନ୍ତି ବୋଲି ପ୍ରକାଶ କରିଛନ୍ତି।