ଧରିତ୍ରୀ ପ୍ରଭାବ: ଖାଲ ଢିପ ରାସ୍ତାକୁ ପିଚୁ ପକାଇ ମରାମତି କଲା ପ୍ରଶାସନ

ଗଞ୍ଜାମ,୨୨।୯(ବିଦ୍ୟାଧର ସାହୁ ): ବାରଟି ୱାର୍ଡକୁ ନେଇ ଗଞ୍ଜାମ ଏନଏସି ଗଠିତ । ସହରକୁ ସଂଯୋଗ ବିଭିନ୍ନ ରାସ୍ତା ଏବେ ମରଣଜନ୍ତା ପାଲଟିଥିବା ଦେଖିବାକୁ ମିଳିଛି । ସହର ବିଭିନ୍ନ ଗଲି ରାସ୍ତା ସହ ତ୍ରିବେଣୀ ମଠ ଛକ ଠାରୁ ବଡ଼ ବଜାର ଓ ସାନ ବଜାର ସହର ମୁଖ୍ୟ ରାସ୍ତା ଖାଲ ଢ଼େପ ରାସ୍ତା ମରଣଜନ୍ତା ବୋଲି ଗତ ସପ୍ତାହ ତଳେ ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା। ଖବର ପ୍ରସାରଣ ପରେ ପ୍ରଶାସନ ପକ୍ଷରୁ ଖାଲ ଢିପ ରାସ୍ତାରେ ପିଚୁ ପକାଯାଇ ସମତୁଲ କରାଯାଇଥିବା ଦେଖିବାକୁ ମିଳିଛି । ବଜାର ମଝି ଭାରତୀ ବିଦ୍ୟାପୀଠ ସ୍କୁଲ, ସାନ ବଜାର ଓ ଶନି ମନ୍ଦିର ନିକଟରେ ଗର୍ତ୍ତ ଥିଲା ତାହା ସମତୁଲ ହୋଇଛି l ନିକଟରେ ରାସ୍ତାରୁ ପିଚୁ ଉଠିଯାଇ ଛୋଟ ବଡ଼ ଗର୍ତ୍ତ ସୃଷ୍ଟି ହୋଇଥିଲା।

Share
Tags: odisha