ବନ୍ଦ ଡାକରା ଭିତରେ ଅଫିସରେ କାମ କରୁଥିଲେ ଅତିରିକ୍ତ ଜିଲାପାଳ, ପହଞ୍ଚିଗଲେ ଚାଷୀ ନେତା, ତା’ପରେ…

ବଲାଙ୍ଗୀର ୨୮।୧ (ସୁନିଲ କୁମାର ମହାନ୍ତି): ରାଜ୍ୟରେ ଧାନମଣ୍ଡି ଖୋଲିବା ଏବଂ ଧାନ ବିକ୍ରିରେ ଅବ୍ୟବସ୍ଥା କାରଣରୁ ଚାଷୀମାନେ ବହୁ ହଇରାଣ ହେଉଛନ୍ତି। ପ୍ରଦୂଷଣ ସାର୍ଟିଫିକେଟ ନାଁରେ ସାଧାରଣ ଲୋକମାନଙ୍କଠାରୁ ସରକାର ହଜାର ଟଙ୍କାର ଫାଇନ ଆଦାୟ କରୁଛନ୍ତି। ପାୱର ସ୍ମାର୍ଟ ମିଟର ଲଗାଇବା ନାଁରେ ଲୁଟ୍‌ କରିବାରେ ସରକାର ଲାଗିପଡ଼ିଛି । ଏହିସବୁ ପ୍ରସଙ୍ଗକୁ ନେଇ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ବୁଧବାର ଦିଆଯାଇଥିବା ଓଡ଼ିଶା ବନ୍ଦ ପରିପ୍ରେକ୍ଷୀରେ ୧୨ ଘଣ୍ଟିଆ ବଲାଙ୍ଗୀର ବନ୍ଦକୁ ସ୍ବତଃସ୍ଫୂର୍ତ୍ତ ଜନସମର୍ଥନ ମିଳିଛି । ବଲାଙ୍ଗୀରରେ ମିଳିତ କୃଷକ ସଙ୍ଗଠନ ଓ ଅନ୍ୟ ଚାଷୀ ସଂଗଠନ ପକ୍ଷରୁ ଆଜି ସକାଳୁ ବିଭିନ୍ନ ଅଫିସ ଓ ବ୍ୟବସାୟିକ ଅନୁଷ୍ଠାନ ବନ୍ଦ କରାଯାଇଛି । ଜିଲାପାଳ ଅଫିସ, ବ୍ୟାଙ୍କ, ପୋଷ୍ଟ ଅଫିସ, ଦୋକାନ ବଜାର ଓ ଗାଡି ମଟର ଚଳାଚଳ ବନ୍ଦ ରହିଛି । ସେପଟେ ଅତିରିକ୍ତ ଜିଲାପାଳ ବିଜୟାନନ୍ଦ ସେଠୀ ଅଫିସରେ ଥିବାବେଳେ ଚାଷୀ ନେତା ନେତାମାନେ ତାଙ୍କୁ ଚାଲି ଯିବାକୁ କହିଛନ୍ତି। ପରେ ସେ ଅଫିସରୁ ବାହାରି ଯାଇଥିବା ଜଣାପଡିଛି।

Dharitri – The Largest & Most Trusted Odia Daily