ସମୁଦ୍ରକୂଳରେ ଶୋଇଥିଲେ ଏହି ଅଭିନେତ୍ରୀ, ଆସିଲା ଏକ ବଡ଼ କଙ୍କଡ଼ା; ଆଉ ତା’ ପରେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ହିନା ଖାନ୍‌ ବୟଫ୍ରେଣ୍ଡଙ୍କ ସହ ମାଳଦ୍ୱୀପରେ ଛୁଟି କାଟୁଛନ୍ତି। ଏହି ସମୟର କିଛି ଫଟୋ ହିନା ସୋସିଆଲ ମିଡିଆରେ ଶେୟାର କରିଛନ୍ତି।

ଏକ ଫଟୋରେ ସେ ସମୁଦ୍ରକୂଳରେ ଶୋଇଥିବା ନଜର ଆସିଛନ୍ତି। ହିନା ଏଥିରେ କ୍ୟାପଶନ ଲେଖିଛନ୍ତି, ଏହି ମୁହୂର୍ତ୍ତର ଫଟୋ ରକି ଉଠାଇଛନ୍ତି। ପ୍ରଥମ ଫଟୋରେ ହିନା ଲେଖିଛନ୍ତି, ସୂର୍ଯ୍ୟାସ୍ତ ଉପଭୋଗ କରିବା ପାଇଁ ମୁଁ ଶୋଇଥିଲି। ଏହା ବହୁତ ଆରାମଦାୟକ। ଆଉ ଏକ ଫଟୋରେ ହିନା କ୍ୟାପଶନ ଲେଖିଛନ୍ତି, ରକି ତାଙ୍କୁ କହିଥିଲେ କି, ଏହି ସମୟରେ ଏକ ବଡ଼ କଙ୍କଡ଼ା ମୋ’ ପାଖକୁ ଚାଲି ଆସିଲା। ଏହା ଦେଖି ରକି ମୋତେ ଉଠିଯିବାକୁ କହିଲେ। ମୁଁ ସଙ୍ଗେ ସଙ୍ଗେ ଉଠି ଭୟରେ ଦୌଡ଼ିଥିଲି।

ଯଦି ହିନାଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବା ତେବେ ସେ ବିଗ୍‌-ବସରୁ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ। ଏବେ ସେ ଜଣେ ଲୋକପ୍ରିୟ ଅଭିନେତ୍ରୀ।