ନୂଆଦିଲ୍ଲୀ,୧୧ା୩(ପି.ଟି.):ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍-କିଷାନ)ର ୨୨ତମ କିସ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୩ ତାରିଖରେ ହିତାଧିକାରୀମାନଙ୍କ ବ୍ୟାଙ୍କ ଖାତାକୁ ଡିଜିଟାଲି ଟ୍ରାନ୍ସଫର କରିବେ। ୯.୩୨ କୋଟି କୃଷକ ଏଥିରୁ ଉପକୃତ ହେବାକୁ ଥିବାବେଳେ ପ୍ରାୟ ୧୯,୦୦୦ କୋଟି ଟଙ୍କା ପଠାଯିବ ବୋଲି କୃଷି ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଆସାମର ଗୁଆହାଟୀରୁ ପ୍ରଧାନମନ୍ତ୍ରୀ ଉକ୍ତ କିସ୍ତି ପ୍ରଦାନ କରିବେ। ୨୦୧୯ ଫେବୃଆରୀରେ କେନ୍ଦ୍ର ସରକାର ଏହି ଯୋଜନା କାର୍ଯ୍ୟକାରୀ କରିଥିଲେ। କୃଷକମାନଙ୍କୁ ବାର୍ଷିକ ୩ଟି କିସ୍ତିରେ ମୋଟ ୬,୦୦୦ ଟଙ୍କା ଯୋଗାଇ ଦିଆଯାଇଥାଏ। ଖରିଫ୍ ବୁଣାବୁଣି ପୂର୍ବରୁ ୨୨ତମ କିସ୍ତି ମିଳିବାକୁ ଥିବାରୁ ଏହା କୃଷକମାନଙ୍କ ପାଇଁ ସହାୟକ ହେବ ବୋଲି ଆଶା କରାଯାଉଛି।