ପୁରୁଷୋତ୍ତମପୁର,୨୬।୫( ସିମାଞ୍ଚଳ ମିଶ୍ର): ବେଶ ଆଡ଼ମ୍ବର ସହକାରେ ଚାଲିଛି ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର ପ୍ରଶିଦ୍ଧ ଐତିହାସିତ ପଞ୍ଚ ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା। ଆଜି ଅମବାସ୍ୟା ଯୋଗୁ ମା’ଙ୍କ ଅସ୍ଥାୟୀ ମନ୍ଦିରରେ ପ୍ରବଳ ଭିଡ ଜମିଛି। ଏଥିରେ ମା’ କନକା ଠାକୁରାଣୀ ତାଙ୍କ ପରିବାର କାଳୁଆ, ତାରାତାରିଣୀ,କାଳୀ ଓ ଫୁଲସୁନ୍ଦରୀଙ୍କୁ ସଙ୍ଗରେ ନେଇ ଦୀର୍ଘ ଦୁଇବର୍ଷ ପରେ ବାପଘରେ ହେଉଥିବା ଯାତ୍ରାକୁ ଆସିଛନ୍ତି। ହେଲେ ବହୁଦିନ ପରେ ଝିଅଟି ବାପଘରକୁ ଆସିଲେ ଯେପରି ଶାଶୁଘରକୁ ଶୀଘ୍ର ଫେରିଯିବାକୁ ପଛଘୁଞ୍ଚା ଦେଇଥାଏ ଠିକ ସେହିପରି ଠାକୁରାଣୀ ମଧ୍ୟ ଶାଶୁଘରକୁ ନ ଫେରି ବାପଘରେ ରହିଯାଇଛନ୍ତି।
ଏଭଳି ସ୍ଥିତିରେ ସୋମବାର ହେଉଛି ପବିତ୍ର ସାବିତ୍ରୀ ଅମାବାସ୍ୟା। ମା’ ଶାଶୁଘର ଛାଡି ବାପଘରକୁ ଚାରି ଦିନ ପାଇଁ କହି ଆସିଥିବାବେଳେ ଆଜକୁ ଦୀର୍ଘ ୧୯ ଦିନ ବିତିଥିଲେ ସୁଦ୍ଧା ଫେରିନାହାନ୍ତି। ଫଳରେ ଶାଶୁ ଘର ଖାଲିଖାଲି ହୋଇପଡିଛି। ଏଣୁ ମା’ଙ୍କୁ ଡାକିନେବା ସହ ସାବିତ୍ରୀ ଅମାବାସ୍ୟା ଲାଗି ଲାଗି ମା’ଙ୍କ ପାଇଁ ଯୋଗାଡଭାର ଧରି କନକାସାହିରୁ ଶାଶୁ ଘର ଲୋକେ ରବିବାର ରାତ୍ରରେ ଅସ୍ଥାୟୀ ମନ୍ଦିରକୁ ଆସିଛନ୍ତି। ଏଥିରେ ସାବିତ୍ରୀ ବ୍ରତର ନୀତି ନିୟମ ପରମ୍ପରା ପ୍ରକାରେ ଶାଢ଼ୀ, ଚୁଡ଼ି, ଆମ୍ବ, ପଣସ ଭଳି ଅନେକ ପୂଜା ସାମଗ୍ରୀ ଆଣି ମା’ଙ୍କୁ ଦେଇଥିଲେ। ଏହି ଯେଗାଡ ଭାରରେ ଅମବାସ୍ୟା କରି ଶୀଘ୍ର ଶାଶୁ ଘରକୁ ଫେରିଆସିବା ନିମନ୍ତେ ମା’ଙ୍କୁ ଅନୁରୋଧ କରିଥିଲେ। ଆଉ ଶାଶୁଘରୁ ଆସିଥିବା ସେହି ଯୋଗାଡ ଭାରରେ ହିଁ ମା’ ଆଜି କରିଛନ୍ତି ସାବିତ୍ରୀ ବ୍ରତ। ଏହାକୁ ନେଇ ଏଠାରେଆଧାତ୍ମିକ ପରିବେଶ ସୃଷ୍ଟି ହୋଇପଡିଛି।
ଭକ୍ତମାନେ ଆସି ମା’ଙ୍କ ଦର୍ଶନ କରି ଆର୍ଶୀବାଦ ନେବାରେ ଲାଗିଛନ୍ତି। ପ୍ରତ୍ୟହ ସନ୍ଧ୍ୟାରେ ଘଟ ପରିକ୍ରମା ହେଉଛି। ମାତ୍ର ଭଗବାନଙ୍କ ରହିଥିବା ସଭ୍ୟତା ପ୍ରତିଫଳନକୁ ଦେଖିବାକୁ ମିଳୁଛି, ଯାହାକି ଘଟ ପରିବହନ କରୁଥିବା ବଞକ୍ତିଙ୍କ ମସ୍ତକରୁ ଆପେ ଆପେ ଘଟଟି କିପରି ଡେଇଁ ପୂଜକଙ୍କ ହାତକୁ ଆସୁଛି। ତାହା ଏଠାରେ ମୁଖ୍ୟ ଆକର୍ଶଣ ପାଲଟିବା ସହ ଭକ୍ତି ଓ ଧାର୍ମିକର ଭାବନାକୁ ଦ୍ବିଗୁଣିତ କରିପକାଉଛି। ଯାତ୍ରା ଲାଗି ସମଗ୍ର ସହର ଉସବମୁଖର ହୋଇପଡିବା ସାଙ୍ଗକୁ ମାନସିକଧାରୀଙ୍କ ବେଶଭୂଷା ମନୋରମ କରିଦେଇଛି।