Categories: HomeHome Left

ପହଲଗାମ ଆକ୍ରମଣରେ ସାମିଲ ଆତଙ୍କବାଦୀ, ଅପରେଶନ ମହାଦେବରେ ନିହତ, ସଂସଦରେ ଏମିତି କହିଲେ ଶାହା

ନୂଆଦିଲ୍ଲୀ,୨୯।୭: ମଙ୍ଗଳବାର (୨୯ ଜୁଲାଇ, ୨୦୨୫) ସଂସଦରେ ଅପରେଶନ ସିନ୍ଦୂର ଉପରେ ଆଲୋଚନା ସମୟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସରକାରଙ୍କ ପକ୍ଷ ରଖିଥିଲେ। ଅମିତ ଶାହ ାକହିଛନ୍ତି ଯେ ପହଲଗାମରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଆକ୍ରମଣର ଜବାବରେ, ଦେଶର ପ୍ରଧାନମନ୍ତ୍ରୀ ଦୃଢ଼ ଇଚ୍ଛାଶକ୍ତି ଦେଖାଇ ଅପରେଶନ ସିନ୍ଦୂରକୁ ଅନୁମତି ଦେଇଥିଲେ।
ଶାହା କହିଛନ୍ତି, ପହଲଗାମରେ ଲୋକମାନଙ୍କୁ ସେମାନଙ୍କ ଧର୍ମ ପଚାରି ହତ୍ୟା କରାଯାଇଥିଲା, ମୁଁ ଏହାକୁ ଦୃଢ଼ ନିନ୍ଦା କରୁଛି ଏବଂ ପୀଡିତ ପରିବାର ପ୍ରତି ମୋର ସମବେଦନା ପ୍ରକାଶ କରୁଛି। ଅପରେଶନ ସିନ୍ଦୂରର ଜବାବରେ, ପାକିସ୍ତାନର ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରାଯାଇଥିଲା। ସେ କହିଛନ୍ତି ଯେ ଗତକାଲିଠାରୁ ଏଠାରେ ଭଲ ଏବଂ ଖରାପ ବିଷୟରେ ଆଲୋଚନା ଚାଲିଛି। ମୁଁ ‘ଅପରେଶନ ମହାଦେବ’ ବିଷୟରେ ସମଗ୍ର ଦେଶକୁ ଜଣାଇବାକୁ ଚାହୁଁଛି।
ଅମିତ ଶାହା କହିଛନ୍ତି ଯେ ‘ଅପରେଶନ ମହାଦେବ’ରେ ସେନା ଏବଂ ସିଆରପିଏଫ ଏବଂ ଜମ୍ମୁ-କଶ୍ମୀର ପୋଲିସର ମିଳିତ ଅପରେଶନରେ ତିନି ଜଣ ଆତଙ୍କବାଦୀ ସୁଲେମାନ ଓରଫ ଫୈଜଲ, ଆଫଗାନ ଏବଂ ଜିବ୍ରାନଙ୍କୁ ହତ୍ୟା କରାଯାଇଥିଲା। ସୁଲେମାନ ଲସ୍କର-ଏ-ତୈବାର କମାଣ୍ଡର ଥିଲେ। ଆମର ଏଜେନ୍ସିଗୁଡ଼ିକ ପାଖରେ ପହଲଗାମ ଆକ୍ରମଣ ଏବଂ ଗଗନଗିର ଆତଙ୍କବାଦୀ ଆକ୍ରମଣରେ ସୁଲେମାନ ସମ୍ପୃକ୍ତ ଥିବାର ଅନେକ ପ୍ରମାଣ ଅଛି। ଏହା ସହିତ, ଆଫଗାନ ଲସ୍କର-ଏ-ତୋଇବାର ଜଣେ ଆତଙ୍କବାଦୀ ଥିଲା ଏବଂ ଜିବ୍ରାନ ମଧ୍ୟ ଜଣେ ଆତଙ୍କବାଦୀ ଥିଲା।