ସିଆର୍‌ପିଏଫ୍‌ ଟିମ୍‌ ଉପରେ ଆତଙ୍କବାଦୀ ଆକ୍ରମଣ…

ଶ୍ରୀନଗର,୧୦।୮: ଜମ୍ମୁ-କଶ୍ମୀରରେ ସିଆର୍‌ପିଏଫ୍‌ ଟିମ୍‌ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ଜଣେ ଯବାନ ଆହତ ହୋଇଥିବା କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଆହତ ଯବାନଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦକ୍ଷିଣ କଶ୍ମୀର ଶୋପିଆନ୍‌ ଜିଲାର ଜୈନପୋରାର କାଲଚୌକ ଅଞ୍ଚଳରେ ସିଆର୍‌ପିଏଫ୍‌ ଟିମ୍‌ ଉପରେ ଆତଙ୍କବାଦୀମାନେ ମଙ୍ଗଳବାର ସକାଳେ ଆଖିବୁଜା ଗୁଳି ଚାଳନା କରିବା ପରେ ଫେରାର ହୋଇ ଯାଇଛନ୍ତି। ସେମାନଙ୍କ ସନ୍ଧାନରେ ସ୍ଥାନୀୟ ଅଞ୍ଚଳରେ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନ ଜାରି ରହିଛି।

Share