ଆତଙ୍କବାଦ ଆମ ସମସ୍ତଙ୍କ ପାଇଁ ଗ୍ରହଣୀୟ ନୁହେଁ:ମୋଦି

ନୂଆଦିଲ୍ଲୀ,୨୨।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୨୦ ଭର୍ଚୁଆଲ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆମେ ବିଶ୍ୱାସ କରୁ ଯେ ଆତଙ୍କବାଦ ଆମ ସମସ୍ତଙ୍କ ପାଇଁ ଗ୍ରହଣୀୟ ନୁହେଁ। ସାଧାରଣ ନାଗରିକଙ୍କ ମୃତ୍ୟୁ ଯେଉଁଠାରେ ବି ଘଟେ, ତାହା ନିନ୍ଦନୀୟ। ଆଜି ଇସ୍ରାଏଲ ପାଲେଷ୍ଟାଇନ୍‌ ବନ୍ଧକ ମୁକ୍ତ ହେବାର ଖବରକୁ ଆମେ ସ୍ବାଗତ କରୁଛୁ। ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ କୌଣସି ଆଞ୍ଚଳିକ ରୂପ ନ ନେବା ନିଶ୍ଚିତ କରିବା ମଧ୍ୟ ଜରୁରୀ ଅଟେ।
ପ୍ରଧାନମନ୍ତ୍ରୀ ମୋଦି ଆହୁରି ମଧ୍ୟ କହିଛନ୍ତି, ଏହି ଗୋଟିଏ ବର୍ଷରେ ଆମେ ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ ଉପରେ ବିଶ୍ୱାସ ପ୍ରକାଶ କରିଛୁ ଏବଂ ବିବାଦରୁ ଦୂରେଇ ଏକତା ଏବଂ ସହଯୋଗ ପ୍ରଦର୍ଶନ କରିଛୁ। ମୁଁ ସେହି ମୁହୂର୍ତ୍ତକୁ କେବେବି ଭୁଲି ପାରିବି ନାହିଁ ଯେତେବେଳେ ଦିଲ୍ଲୀର ସମସ୍ତେ ଏକମତ ହୋଇଥିଲେ। ଆଫ୍ରିକୀୟ ୟୁନିଅନକୁ ଜି୨୦କୁ ସ୍ବାଗତ କରିଛି। ଜି୨୦ ସମଗ୍ର ବିଶ୍ୱକୁ ଦେଇଥିବା ଏକତ୍ରତା ବାର୍ତ୍ତା ଅଦ୍ଭୁତପୂର୍ବ।