ମସ୍କୋ,୩୦।୭: ବହୁ ବର୍ଷ ପରେ ବୁଧବାର ସକାଳେ (ଜୁଲାଇ ୩୦, ୨୦୨୫) ରୁଷିଆରେ ସବୁଠାରୁ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। କାମଚାଟକା ଉପଦ୍ୱୀପରେ ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୮.୭ ମାପ କରାଯାଇଛି। ଏହି କାରଣରୁ ଉତ୍ତର ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସୁନାମି ଚେତାବନୀ ମଧ୍ୟ ଜାରି କରାଯାଇଛି। ଆଗାମୀ ସପ୍ତାହଗୁଡ଼ିକରେ ୭.୫ ତୀବ୍ରତା ପର୍ଯ୍ୟନ୍ତ ଆହୁରି ଭୂମିକମ୍ପ ହେବାର ସତର୍କ କରାଇଛନ୍ତି ଭୂକମ୍ପବିଜ୍ଞାନୀମାନେ। ବୁଧବାର ସକାଳେ ଜାପାନ ଉପକୂଳରେ ସୁନାମି ଆସିଥିଲା ଏବଂ ତିମି ଭାସି ଆସି କୂଳକୁ ଚାଲି ଆସିଥିଲେ।
BNO ନ୍ୟୁଜ ଲାଇଭ ବୁଧବାର (ଜୁଲାଇ ୩୦, ୨୦୨୫) ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଭିଡିଓ ପୋଷ୍ଟ କରି କହିଛି ଯେ ୮.୭ ତୀବ୍ରତାର ଭୂମିକମ୍ପର ମାତ୍ର କିଛି ଘଣ୍ଟା ପରେ, ଅତି କମରେ ୪ଟି ତିମି ଜାପାନ ଉପକୂଳକୁ ଭାସି ଆସିଥିଲେ। ସୂଚନାଯୋଗ୍ୟ, ତିମି ହେଉଛି ବିଶ୍ୱର ସବୁଠାରୁ ବଡ଼ ମାଛ, କିନ୍ତୁ ସୁନାମି ଏହାକୁ ମଧ୍ୟ ଉପକୂଳକୁ ନେଇ ଆସିଥିଲା। ଜାପାନର ଇଶିନୋମାକିରେ ୫୦ ସେମି ଉଚ୍ଚ ସୁନାମି ତରଙ୍ଗ ଉଠିଥିଲା। ଭୂମିକମ୍ପ ଯୋଗୁ ରୁଷିଆର ଉତ୍ତର କୁରିଲସ୍କରେ ସୁନାମି ତରଙ୍ଗ ଆସି କୂଳକୁ ଖସି ପଡ଼ିଥିଲା। ଏହି କାରଣରୁ ଜନବସତିର ଅନେକ ଅଂଶ ଜଳମଗ୍ନ ହୋଇଗଲା। ସେହିପରି କାମଚାଟକା, କୁରିଲ ଦ୍ୱୀପପୁଞ୍ଜ ଏବଂ ଜାପାନର କିଛି ଅଂଶରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।