ଭୟଙ୍କର ବିସ୍ଫୋରଣ: ଉଡ଼ିଗଲା ଛାତ, ଚାଲିଗଲା ଜଣଙ୍କ ଜୀବନ

କଟକ,୧୮।୧: କଟକ ସଦର ଥାନା ଖଲର୍ଦ୍ଦା ଗାଁରେ ରବିବାର ଏକ ଅଘଟଣ ଘଟିଛି। ବେଆଇନ ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ ଘଟି ଜଣଙ୍କ ମୃତ୍ୟୁ ଘଟିଛି। ବାଣ ଭିଡୁଥିବା ବେଳେ ଏହି ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି।

ମୃତକ ସ୍ଥାନୀୟ ଗାଁର ବୋଲି ଜଣାପଡିଛି। ଅନ୍ୟପକ୍ଷେ ବିସ୍ଫୋରଣ ଏତେ ଜୋର ଥିଲା ଯେ, ଘରର ଆଜବେଷ୍ଟସ ଉଡ଼ିଯାଇଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ଅଞ୍ଚରେ ଚର୍ଚ୍ଚାର ବିଷୟ ହୋଇଛି।