ଭୟଙ୍କର ଭୂକମ୍ପ: ସ୍ଥଳଭାଗକୁ ମାଡ଼ି ଆସୁଛି ସୁନାମି! ଆସିଲା ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୨୨।୮: ଦକ୍ଷିଣ ଆମେରିକା ଓ ଆଣ୍ଟାର୍କଟିକା ମଧ୍ୟରେ ଅବସ୍ଥିତ ଡ୍ରେକ ପାସେଜରେ ୭.୫ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଆଘାତ ହୋଇଛି। ଏହି ଭୂମିକମ୍ପ ଯୋଗୁଁ ଚିଲି ଉପକୂଳରେ ସୁନାମୀ ଚେତାବନୀ ଜାରି କରାଯାଇଥିଲା। ଡ୍ରେକ ପାସେଜ ହେଉଛି ଦକ୍ଷିଣ ଆମେରିକାର ଦକ୍ଷିଣ ଅଗ୍ରଭାଗ ଓ ଆଣ୍ଟାର୍କଟିକ ଦ୍ୱୀପପୁଞ୍ଜ ମଧ୍ୟରେ ଅବସ୍ଥିତ ଏକ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ, ଯାହା ତା’ର ଉତ୍ତାଳ ଜଳ ଓ ଭୂତାତ୍ତ୍ୱିକ କାର୍ଯ୍ୟକଳାପ ପାଇଁ ଜଣାଶୁଣା।

ଯୁକ୍ତରାଷ୍ଟ୍ର ଭୂତାତ୍ତ୍ୱିକ ସର୍ଭେ (USGS) ଅନୁଯାୟୀ, ଏହି ଭୂମିକମ୍ପର କେନ୍ଦ୍ରବିନ୍ଦୁ ଡ୍ରେକ ପାସେଜର ସମୁଦ୍ର ତଳେ ଥିଲା। ଏହି ଘଟଣା ପରେ ଚିଲି କର୍ତ୍ତୃପକ୍ଷ ସୁନାମୀ ସତର୍କତା ଜାରି କରାଯାଇଛି। ସମୁଦ୍ର ତଳେ ବଡ଼ ଧରଣର ଭୂସ୍ଖଳନ ଯୋଗୁଁ ସୁନାମୀ ହେବାର ଆଶଙ୍କା ରହିଛି।