ପୋଲସରା,୧୨।୨: ଭୟଙ୍କର ଦୁର୍ଘଟଣା। ଟ୍ରାକ୍ଟର ଓଲଟି ଜଣେ ମୃତ, ୪ ଆହତ। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଆଠଗଡ଼ପାଟଣାରେ। ବିଦ୍ୟୁତ ଖୁଣ୍ଟକୁ ନେଇ ଯିବାବେଳେ ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର। ମୃତାହତଙ୍କ ମଧ୍ୟରେ ସମସ୍ତେ ଶ୍ରମିକ ରହିଛନ୍ତି। ଦୁର୍ଘଟଣାରେ ଗୁରୁତର ୪ ଜଣ କୋଦଳା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।