ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ ଚକା ତଳେ ଗଲା ଜୀବନ 

ରାୟଗଡା,୨୦।୧୨(ଆଶିଷ ରଞ୍ଜନ ପଣ୍ଡା): ଭୟଙ୍କର ଦୁର୍ଘଟଣା। ଟ୍ରକ୍‌-ବାଇକ ମୁହାଁମୁହିଁ ଧକ୍କାରେ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି ।
ସୂଚନା ମୁତାବକ କୋଲନରାଠାରୁ ରାୟଗଡା ଅଭିମୁଖେ ଅଜିତ ଜିଲାକାରା ଏବଂ ଜିତୁ ଜିଲାକାରା ଏକ ବାଇକ ନଂ ଓଡି ୧୮ଜି ୭୬୪୯ ଆସୁଥିବା ସମୟରେ ଚାନ୍ଦିଲି ଥାନା ଅନ୍ତର୍ଗତ ଜେକେପୁର ନାଗାବଳୀ ନଦୀ ବ୍ରିଜରେ ରାୟପୁୁର ଅଭିମୁଖେ ଯାଉଥିବା ଟ୍ରକ ନମ୍ବର ଓଡି ୧୮କେ ୪୬୫୪ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ବାଇକ ଚାଳକ ଅଜିତ ଜିଲାକାରାଙ୍କ ମତ୍ୟୁ ହୋଇଥିବା ବେଳେ ବାଇକ ପଛରେ ବସିଥିବା ଜିତୁ ଜିଲାକାରା ଗୁରୁତର ଭାବେ ଆହତ ହୋଇଛନ୍ତି। ଜିତୁ ଜିଲାକାରାଙ୍କୁ ଜେକେପୁରସ୍ଥିତ ଇଏସଆଇ ହସ୍ପିଟାଲରେ ଭର୍ତ୍ତି କରାଯାଥିଲା । ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ମୃତ ଅଜିତ ଜିଲାକାରାଙ୍କ ଘର ରାୟଗଡା ବ୍ଲକ ଆଳୁବାଡି ପଞ୍ଚାୟତ ଅନ୍ତର୍ଗତ ସାନକୋଶପାଡୁ ଗ୍ରାମ ବୋଲି ଜଣାପଡିଛି । ଦୁର୍ଘଟଣା ଖବର ପାଇ ଚାନ୍ଦିଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚିି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।
Dharitri – Odisha’s No.1 Odia Daily