ମଥୁରା ଛକରେ ଭୟଙ୍କର ଦୁର୍ଘଟଣା: ଆଖିବୁଜିଲେ ଯୁବ ଆଇନଜୀବୀ

ଜୁନାଗଡ଼,୧୧।୧(ଅଂଶୁମାନ ଯୋଶୀ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ମଥୁରା ଛକ ନିକଟରେ ଶନିବାର ରାତିରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଯୁବ ଆଇନଜୀବୀଙ୍କ ମୃତ୍ୟୁ ଘଟିଛି। ମୃତ ଆଇନଜୀବୀଙ୍କ ନାମ ରୁଦ୍ର କୃପା ଖମାରୀ (୨୫) ହୋଇଥିବାବେଳେ ତାଙ୍କ ଘର ଜୁନାଗଡ଼ ଥାନା ଅନ୍ତର୍ଗତ ଦାସିଗାଁରେ ବୋଲି ଜଣାପଡିଛି। ରାତିରେ ସେ ବାଇକରେ ଫେରୁଥିବାବେଳେ ବାଟରେ ମଥୁରା ଛକ ନିକଟ ରାସ୍ତା ପାର୍ଶରେ ଥିବା ଏକ ତାଳ ଗଛରେ ଭାରସାମ୍ୟ ହରାଇ ପିଟିହୋଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ପରଲୋକ ଖବର ଶୁଣି ଜୁନାଗଡ଼ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Dharitri – Odisha’s No.1 Odia Daily