Categories: Home Middleଖେଳ

ପୁଣି ପଡ଼ିଆରେ ଦେଖିବାକୁ ମିଳିବ ସଚିନଙ୍କ ମ୍ୟାଜିକ୍‌

ମୁମ୍ବାଇ, ୯ା୨- ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହ୍ବାଗ, ବ୍ରାଏନ ଲାରା, ମୁଥିଆ ମୁରଲିଧରଣଙ୍କ ଭଳି ବହୁ କିମ୍ବଦନ୍ତୀ ଖେଳାଳିଙ୍କୁ ପୁଣି ଥରେ ପଡ଼ିଆରେ ଦେଖିବାକୁ ମିଳିବ। ଆସନ୍ତା ୨ରୁ ୨୧ ତାରିଖ ପର୍ଯ୍ୟନ୍ତ ରାୟପୁରଠାରେ ଖେଳାଯିବ ଅନଏକାଡେମି ରୋଡ୍‌ ସେଫ୍ଟି ଓ୍ବାଲର୍‌ଡ ସିରିଜ୍‌। ଏଥିରେ ଭାରତ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଓ ଓ୍ବେଷ୍ଟଇଣ୍ଡିଜ୍‌ ଦଳ ଅଂଶଗ୍ରହଣ କରିବେ। କ୍ରିକେଟରୁ ଅବସର ନେଇସାରିଥିବା ପ୍ରାକ୍ତନ ଖେଳାଳିଙ୍କୁ ଏହି ସିରିଜ୍‌ରେ ଦେଖିବାକୁ ମିଳିବ। ଏ ନେଇ ଆୟୋଜକମାନେ ମଙ୍ଗଳବାର ଘୋଷଣା କରିଛନ୍ତି।

ଗତ ବର୍ଷ ମାର୍ଚ୍ଚରେ ଏହି ସିରିଜର ପ୍ରଥମ ସଂସ୍କରଣ ଖେଳାଯାଇଥିଲା। ହେଲେ କରୋନା ମହାମାରୀ କାରଣରୁ କେବଳ ୪ ମ୍ୟାଚ୍‌ ପରେ ପ୍ରତିଯୋଗିତାକୁ ବାତିଲ କରି ଦିଆଯାଇଥିଲା। ଏହି ସିରିଜ୍‌ର ବଳକା ମ୍ୟାଚ୍‌ ରାୟପୁରଠାରେ ନୂଆ କରି ନିର୍ମିତ ହୋଇଥିବା ଶହୀଦ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ।

Share