ମହିଳାଙ୍କୁ ୩୦ ହଜାର, କୃଷକଙ୍କୁ ବୋନସ୍‌ ସହ ମିଳିବ ମାଗଣା ବିଜୁଳି: ବଡ଼ ଘୋଷଣା କଲେ…

ନୂଆଦିଲ୍ଲୀ,୪।୧୧: ବିହାର ବିଧାନସଭା ନିର୍ବାଚନରେ ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ ନଭେମ୍ବର ୬ ତାରିଖରେ ହେବାକୁ ଯାଉଛି। ଆଜି ପ୍ରଚାରର ଶେଷ ଦିନ। ଆରଜେଡି ନେତା ଏବଂ ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ବୀ ଯାଦବ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଅନେକ ବଡ଼ ଘୋଷଣା କରିଛନ୍ତି। ତେଜସ୍ବୀ ଦାବି କରିଛନ୍ତି ଯେ, ବିହାରର ଲୋକମାନେ ଏବେ ପରିବର୍ତ୍ତନ ଚାହୁଁଛନ୍ତି। ସେ କହିଛନ୍ତି ଯେ ଏଥର ଲୋକମାନେ ବର୍ତ୍ତମାନର ସରକାରଙ୍କୁ ଗାଦିଚ୍ୟୁତ କରିବା ମୁଡରେ ଅଛନ୍ତି, ଏବଂ ମହିଳା ଠାରୁ ଯୁବପିଢ଼ି ପର୍ଯ୍ୟନ୍ତ ସମସ୍ତ ଭୋଟର ଉତ୍ସାହୀ। ତେଜସ୍ବୀ ଯାଦବ ଏକାଧିକ ବଡ଼ ଘୋଷଣା କରିଛନ୍ତି।

ତେଜସ୍ବୀ ଯାଦବ କହିଛନ୍ତି ଯେ, ଯଦି ତାଙ୍କ ସରକାର ଗଠନ ହୁଏ, ତେବେ ମକର ସଂକ୍ରାନ୍ତି (ଜାନୁଆରୀ ୧୪) ରେ “ମାଇଁ ବେହେନ ଯୋଜନା” ଅଧୀନରେ ପ୍ରତିବର୍ଷ ୩୦୦୦୦ ଟଙ୍କା ମହିଳାମାନଙ୍କ ଆକାଉଣ୍ଟରେ ଜମା କରାଯିବ। ସେ କହିଛନ୍ତି ଯେ ଏହି ରାଶି ସିଧାସଳଖ ମହିଳାମାନଙ୍କ ଆକାଉଣ୍ଟରେ ଯିବ ଯାହା ଦ୍ୱାରା ସେମାନଙ୍କୁ ଆର୍ଥିକ ଭାବରେ ସଶକ୍ତ କରାଯିବ।
ତେଜସୱୀ ଯାଦବ ଏହା ମଧ୍ୟ ଘୋଷଣା କରିଛନ୍ତି ଯେ ସମସ୍ତ ଜୀବିକା ଦିଦି ଏବଂ ଅନ୍ୟ ମହିଳା କର୍ମୀଙ୍କୁ ସ୍ଥାୟୀ କରାଯିବ ଏବଂ ସେମାନଙ୍କର ସମ୍ମାନ ୩୦,୦୦୦ ଟଙ୍କାକୁ ବୃଦ୍ଧି କରାଯିବ।
ମାଗଣା ବୀମା: ସେମାନଙ୍କୁ ପ୍ରତି ମାସରେ ୨,୦୦୦ ଟଙ୍କା ଏବଂ ୫ ଲକ୍ଷ ଟଙ୍କାର ବୀମା କଭରେଜ ମଧ୍ୟ ଦିଆଯିବ।

ପୁରୁଣା ପେନସନ ଯୋଜନା: ତେଜସ୍ବୀ କର୍ମଚାରୀମାନଙ୍କ ପାଇଁ ଅନେକ ପ୍ରତିଶ୍ରୁତି ମଧ୍ୟ ଦେଇଚନ୍ତି। ସେ କହିଛନ୍ତି, ଯେ ଯଦି ତାଙ୍କ ସରକାର ଗଠନ ହୁଏ, ତେବେ ପୁରୁଣା ପେନସନ ଯୋଜନା କାର୍ଯ୍ୟକାରୀ କରାଯିବ।

ଘର ନିକଟରେ ସ୍ଥାନାନ୍ତର ପୋଷ୍ଟିଂ: ପୋଲିସ କର୍ମଚାରୀ ଏବଂ ସରକାରୀ କର୍ମଚାରୀମାନଙ୍କୁ ସେମାନଙ୍କ ଗୃହ ଜିଲାରୁ ୭୦ କିଲୋମିଟର ମଧ୍ୟରେ ସ୍ଥାନାନ୍ତର କରାଯିବ।

ଚାଷୀଙ୍କ ପାଇଁ ବୋନସ: ତେଜସ୍ବୀ ଚାଷୀଙ୍କ ପାଇଁ ଅନେକ ଆଶ୍ୱସ୍ତି ପଦକ୍ଷେପ ମଧ୍ୟ ଘୋଷଣା କରିଛନ୍ତି। ସେ କହିଛନ୍ତି, ଯେ ଧାନ ପାଇଁ ଏମଏସପି ଠାରୁ ୩୦୦ ଟଙ୍କା ଏବଂ ଗହମ ପାଇଁ ଏମଏସପି ଠାରୁ ୪୦୦ଟଙ୍କା ଅଧିକ ବୋନସ ଦିଆଯିବ।

ମାଗଣା ବିଦ୍ୟୁତ୍‌: ଚାଷୀମାନଙ୍କୁ ଚାଷ ପାଇଁ ମାଗଣା ବିଦ୍ୟୁତ୍‌ ମଧ୍ୟ ଯୋଗାଇ ଦିଆଯିବ। ସେ କହିଛନ୍ତି ଯେ ବର୍ତ୍ତମାନ ରାଜ୍ୟ ସରକାର ବିଦ୍ୟୁତ୍‌ ପାଇଁ ଚାଷୀମାନଙ୍କଠାରୁ ପ୍ରତି ୟୁନିଟ ୫୫ ପଇସା ଆଦାୟ କରନ୍ତି, ଯାହାକୁ ସେ ସମ୍ପୂର୍ଣ୍ଣ ସମାପ୍ତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

 

Dharitri – The Largest & Most Trusted Odia Daily

\