Categories: HomeHome Middle

ଦାନ୍ତ ବିପଜ୍ଜନକ ଅସ୍ତ୍ର ନୁହେଁ…ରୋଚକ ରାୟ ଦେଲେ ବମ୍ବେ ହାଇକୋର୍ଟ

ମୁମ୍ବାଇ,୧୦।୪: ବମ୍ବେ ହାଇକୋର୍ଟ ଜଣେ ମହିଳାଙ୍କ ଦ୍ୱାରା ତାଙ୍କ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ଦାୟର କରାଯାଇଥିବା FIRକୁ ଖାରଜ କରିଦେଇଛନ୍ତି। କୋର୍ଟ ତାଙ୍କୁ କହିଛନ୍ତି, ମଣିଷ ଦାନ୍ତକୁ ଏକ ବିପଜ୍ଜନକ ଅସ୍ତ୍ର ଭାବରେ ବିବେଚନା କରାଯାଇପାରିବ ନାହିଁ,ଯାହା ଗୁରୁତର କ୍ଷତି ପହଞ୍ଚାଇପାରେ। ମହିଳା ଜଣକ ତାଙ୍କ ଅଭିଯୋଗରେ ତାଙ୍କ ଶ୍ୱଶୁର ଘରର ଜଣେ ସମ୍ପର୍କୀୟ ତାଙ୍କୁ ଦାନ୍ତରେ କାମୁଡ଼ିଥିବା ଅଭିଯୋଗ କରିଥିଲେ।

ହାଇକୋର୍ଟର ଔରଙ୍ଗାବାଦ ଖଣ୍ଡପୀଠର ବିଚାରପତି ବିଭା କଙ୍କଣୱାଡି ଏବଂ ସଞ୍ଜୟ ଦେଶମୁଖଙ୍କ ଖଣ୍ଡପୀଠ କହିଛନ୍ତି,ଯ ଅଭିଯୋଗକାରୀଙ୍କ ଡାକ୍ତରୀ ପ୍ରମାଣପତ୍ର ଦର୍ଶାଉଛି ଯେ, ଦାନ୍ତ ଚିହ୍ନ ଯୋଗୁ ତାଙ୍କୁ କେବଳ ସାମାନ୍ୟ ଆଘାତ ଲାଗିଛି। ମହିଳାଙ୍କ ଅଭିଯୋଗ ଉପରେ ଏପ୍ରିଲ ୨୦୨୦ରେ ରୁଜୁ ହୋଇଥିବା ଏଫଆଇଆର ଅନୁଯାୟୀ, ଝଗଡ଼ା ସମୟରେ ତାଙ୍କ ଶ୍ୱଶୁର ଘରର ଜଣେ ସମ୍ପର୍କୀୟ ତାଙ୍କୁ କାମୁଡ଼ି ଦେଇଥିଲେ ଏବଂ ଏକ ବିପଜ୍ଜନକ ଅସ୍ତ୍ର ଦ୍ୱାରା ତାଙ୍କୁ ଆଘାତ ଲାଗିଥିଲା।

ଅଭିଯୁକ୍ତମାନଙ୍କୁ ବିପଜ୍ଜନକ ଅସ୍ତ୍ର ଦ୍ୱାରା ଆଘାତ ଦେବା ପାଇଁ ଭାରତୀୟ ଦଣ୍ଡ ସଂହିତାର ପ୍ରାସଙ୍ଗିକ ଧାରା ଅନୁଯାୟୀ ରୁଜୁ କରାଯାଇଥିଲା। କୋର୍ଟ ତାଙ୍କ ଆଦେଶରେ କହିଛନ୍ତି, ମଣିଷ ଦାନ୍ତକୁ ବିପଦଜନକ ଅସ୍ତ୍ର ବୋଲି କୁହାଯାଇପାରିବ ନାହିଁ। କୋର୍ଟ ଅଭିଯୁକ୍ତଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବେଦନକୁ ଗ୍ରହଣ କରି FIRକୁ ଖାରଜ କରିଥିଲା।

ଭାରତୀୟ ଦଣ୍ଡ ସଂହିତାର ଧାରା ୩୨୪ (ବିପଜ୍ଜନକ ଅସ୍ତ୍ର ବ୍ୟବହାର କରି ଆଘାତ କରିବା) ଅନୁଯାୟୀ, ଆଘାତ ଏପରି ଏକ ଉପକରଣ ଦ୍ୱାରା ହେବା ଆବଶ୍ୟକ ଯାହା ମୃତ୍ୟୁ କିମ୍ବା ଗୁରୁତର କ୍ଷତି ପହଞ୍ଚାଇବାର ସମ୍ଭାବନା ଥାଏ। କୋର୍ଟ କହିଛନ୍ତି,ବର୍ତ୍ତମାନର ମାମଲାରେ, ଅଭିଯୋଗକାରୀଙ୍କ ଡାକ୍ତରୀ ପ୍ରମାଣପତ୍ର ଦର୍ଶାଉଛି ଯେ ଦାନ୍ତ ଯୋଗୁ କେବଳ ସାଧାରଣ ଆଘାତ ହୋଇଥିଲା।

ହାଇକୋର୍ଟ କହିଛନ୍ତି, ଧାରା ୩୨୪ ଅନୁଯାୟୀ ଅପରାଧ ପ୍ରମାଣିତ ହୁଏ ନାହିଁ, ସେତେବେଳେ ଅଭିଯୁକ୍ତଙ୍କୁ ବିଚାରର ସମ୍ମୁଖୀନ କରାଇବା ଆଇନ ପ୍ରକ୍ରିୟାର ଅପବ୍ୟବହାର ହେବ। କୋର୍ଟ FIRକୁ ରଦ୍ଦ କରିଦେଇଛନ୍ତି।

Share