ନୂଆଦିଲ୍ଲୀ,୨୫।୪: Realme ଭାରତରେ ଏହାର ନୂତନ ମଧ୍ୟମ-ରେଞ୍ଜ ଫୋନ Realme ୧୪T ୫G ଲଞ୍ଚ କରିଛି। ଏହି ଫୋନଟି ୬,୦୦୦mAh ବ୍ୟାଟେରୀ ଏବଂ ୪୫W ଫାଷ୍ଟ ଚାର୍ଜିଂ ସହିତ ବଜାରକୁ ଆସିଛି। ଫୋନରେ ୫୦ ମେଗାପିକ୍ସେଲର ଡୁଆଲ ରିୟର କ୍ୟାମେରା ସେଟଅପ ଅଛି। ଏହା ବ୍ୟତୀତ, ଫୋନ୍ଟି MediaTek Dimensity ୬୩୦୦ ଚିପସେଟ ଏବଂ AMOLED ଡିସ୍ପ୍ଲେକୁ ସମର୍ଥନ କରେ।
Realme ୧୪T ୫G: ମୂଲ୍ୟ କେତେ?
ଭାରତରେ Realme ୧୪T ୫Gର ମୂଲ୍ୟ ୮GB + ୧୨୮GB ବିକଳ୍ପ ପାଇଁ ୧୭,୯୯୯ ଟଙ୍କାରୁ ଆରମ୍ଭ ହେଉଥିବା ବେଳେ ୮GB + ୨୫୬GB ଷ୍ଟୋରେଜ ଭାରିଆଣ୍ଟର ମୂଲ୍ୟ ୧୯,୯୯୯ ଟଙ୍କା। ଏହି ଫୋନଟି ଲାଇଟନିଂ ପର୍ପଲ, ଅବ୍ସିଡିଆନ ବ୍ଲାକ ଏବଂ ସର୍ଫ ଗ୍ରୀନ ରଙ୍ଗ ବିକଳ୍ପରେ ଉପଲବ୍ଧ କରାଯାଇଛି। ଏହାକୁ Flipkart ଏବଂ Realme India ଇ-ଷ୍ଟୋରରୁ କିଣାଯାଇପାରିବ।
Realme ୧୪T ୫G ରେ ୬.୬୭ ଇଞ୍ଚର ଫୁଲ-HD+AMOLED ଡିସପ୍ଲେ ଦିଆଯାଇଛି। ଏଥିରେ ୧୨୦Hz ରିଫ୍ରେସ ରେଟ, ୨,୧୦୦ nits ପିକ ବ୍ରାଇଟନେସ, ୧୮୦Hz ପର୍ଯ୍ୟନ୍ତ ଟଚ ସାମ୍ପଲିଂ ରେଟ, ୯୨.୭ ପ୍ରତିଶତ ସ୍କ୍ରିନ-ଟୁ-ବଡି ଅନୁପାତ ମିଳିଥାଏ। ଏହି ଫୋନଟି Android ୧୫-ଆଧାରିତ Realme UI ୬ ସହିତ ଆସିଥାଏ।
ପାୱାର ବିଷୟରେ କହିବାକୁ ଗଲେ, ଫୋନରେ ୬nm ଅକ୍ଟା-କୋର ମିଡିଆଟେକ ଡାଇମେନ୍ସିଟି ୬୩୦୦ ଚିପସେଟ, ୮GB LPDDR୪X ରାମ ଏବଂ ୨୫୬GB ପର୍ଯ୍ୟନ୍ତ ଅନବୋର୍ଡ ଷ୍ଟୋରେଜ ଅଛି। Realme ୧୪T ୫G ରେ ୫୦-ମେଗାପିକ୍ସେଲର ପ୍ରାଥମିକ କ୍ୟାମେରା ଏବଂ ୨-ମେଗାପିକ୍ସେଲର ଡେପ୍ଥ ସେନ୍ସର ସହିତ ୧୬-ମେଗାପିକ୍ସେଲର ସେଲଫି କ୍ୟାମେରା ଅଛି।
Realme ୧୪T ୫G: ବ୍ୟାଟେରୀ ଏବଂ ସଂଯୋଗ
Realme ୧୪T ୫G ହ୍ୟାଣ୍ଡସେଟରେ ୬,୦୦୦mAh ବ୍ୟାଟେରୀ ଅଛି ଏବଂ ଏହା ୪୫W SuperVOOC ଚାର୍ଜିଂକୁ ସମର୍ଥନ କରେ। ଏଥିରେ ସଂଯୋଗ ପାଇଁ ୫G, ୪G, Wi-Fi ୫, Bluetooth ୫.୩, GPS, ଏବଂ USB Type-C ପୋର୍ଟ ରହିଛି। ଫୋନଟି ଡିସପ୍ଲେରେ ଥିବା ଫିଙ୍ଗରପ୍ରିଣ୍ଟ ସେନ୍ସର ଏବଂ ଧୂଳି ଏବଂ ଓ୍ବାଟର୍ ରେଜିଷ୍ଟେଣ୍ଟ ପାଇଁ IP୬୯ ରେଟିଂ ପାଇଛି।