Categories: Home Leftଖେଳ

୨୦୨୫ରେ ଇଂଲଣ୍ଡ ଟୁର ପରେ ଜାଣନ୍ତୁ ଟିମ୍ ଇଣ୍ଡିଆର ଆଗାମୀ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ,୫ା୮: ଇଂଲଣ୍ଡ ବିପକ୍ଷରେ ଭାରତୀୟ ପୁରୁଷ କ୍ରିକେଟ ଦଳର ରୋମାଞ୍ଚକର ପାଞ୍ଚ ଟେଷ୍ଟ ସିରିଜ ୨-୨ରେ ଡ୍ର ହୋଇଛି। ଆଠ ବର୍ଷ ପରେ ଏକ ସିରିଜରେ ସମସ୍ତ ମ୍ୟାଚ ଶେଷ ଦିନ ପର୍ଯ୍ୟନ୍ତ ଖେଳାଯାଇଥିଲା। ଏହି ସିରିଜରେ ଅନେକ ଖେଳାଳି ଆହତ ହୋଇଥିବା ବେଳେ ମହମ୍ମଦ ସିରାଜ ଏକମାତ୍ର ଦ୍ରୁତ ବୋଲର ଥିଲେ ଯିଏ ସମସ୍ତ ଇନିଂସରେ ବୋଲିଂ କରିଥିଲେ। ଖେଳାଳି, କୋଚ ଓ କର୍ମଚାରୀମାନେ ଏବେ ଏକ ଦୀର୍ଘ ବିଶ୍ରାମର ଅପେକ୍ଷାରେ ଅଛନ୍ତି।

ସିରିଜ୍ ଶେଷ ହେବା ପରେ ସୋସିଆଲ ମିଡିଆରେ ପ୍ରଶଂସକମାନେ ଭାରତୀୟ ପୁରୁଷ ଦଳର ପରବର୍ତ୍ତୀ ମ୍ୟାଚ୍ କେବେ ବୋଲି ପଚାରିବା ଆରମ୍ଭ କରିଛନ୍ତି। ଅଫିସିଆଲ ସୂଚୀ ଅନୁସାରେ, ଭାରତର ପରବର୍ତ୍ତୀ ମ୍ୟାଚ୍ ହେଉଛି ୨୦୨୫ ଏସିଆ କପରେ ସେପ୍ଟେମ୍ବର ୧୦ରେ ୟୁଏଇ ବିପକ୍ଷରେ, ଟି-୨୦ ଫର୍ମାଟରେ। ଏହାପରେ ସେପ୍ଟେମ୍ବର ୧୪ରେ ପାକିସ୍ତାନ ଓ ୧୯ରେ ଓମାନ ବିପକ୍ଷରେ ଖେଳିବ। ଗ୍ରୁପ୍ ଷ୍ଟେଜରେ ଶୀର୍ଷ ଦୁଇରେ ରହି ସୁପର-ଫୋର ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ଭାରତ ଲକ୍ଷ୍ୟ ରଖିଛି, ଯେଉଁଥିରୁ ଶୀର୍ଷ ଦୁଇ ଦଳ ଫାଇନାଲରେ ପ୍ରବେଶ କରିବ।

ଏହାର ଅର୍ଥ ପ୍ରଶଂସକମାନଙ୍କୁ ଭାରତୀୟ ଦଳକୁ ପୁଣି ମଇଦାନରେ ଦେଖିବା ପାଇଁ ପ୍ରାୟ ପାଞ୍ଚ ସପ୍ତାହ ଅପେକ୍ଷା କରିବାକୁ ପଡ଼ିବ।

Share
Tags: asia cup