Categories: Home Leftଖେଳ

୧୦୦୦ତମ ଦିନିକିଆ ମ୍ୟାଚ୍‌ ଖେଳାଯିବ ବିନା ଦର୍ଶକରେ

ଅହମ୍ମଦାବାଦ,୧।୨: ଆସନ୍ତା ୬ ତାରିଖରେ ଅହମ୍ମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ଓ୍ବେଷ୍ଟଇଣ୍ଡିଜ ଦିନିକିଆ ସିରିଜ୍‌ର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯିବ। ଏହା ଟିମ୍‌ ଇଣ୍ଡିଆ ପାଇଁ ହେବାକୁ ଯାଉଛି ୧୦୦୦ ଦିନିକିଆ ମ୍ୟାଚ୍‌। ବିଶ୍ୱର ପ୍ରଥମ ଦଳ ଭାବେ ଭାରତୀୟ ଦଳ ଏହି ସଫଳତା ହାସଲ କରିବାକୁ ଯାଉଛି। କିନ୍ତୁ ଏହି ଐତିହାସିକ ମ୍ୟାଚ୍‌ ବିନା ଦର୍ଶକରେ ଖେଳାଯିବ। ଏ ନେଇ ଆୟୋଜକ ଗୁଜରାଟ କ୍ରିକେଟ ଆସୋସିଏଶନ (ଜିସିଏ) ମଙ୍ଗଳବାର ସ୍ପଷ୍ଟ କରିଛି।

“ଆମେ ଭାରତ-ଓ୍ବେଷ୍ଟଇଣ୍ଡିଜ ଦିନିକିଆ ସିରିଜ୍‌କୁ ଆୟୋଜନ କରିବାକୁ ଯାଉଛୁ। ଚଳିତ ମାସ ୬ ତାରିଖରେ ଖେଳାଯିବାକୁ ଥିବା ମ୍ୟାଚ୍‌ ଆମ ପାଇଁ ଖୁବ୍‌ ସ୍ବତନ୍ତ୍ର। କାରଣ ଏହା ଭାରତର ୧୦୦୦ ତମ ଦିନିକିଆ ମ୍ୟାଚ୍‌।ବର୍ତ୍ତମାନ ପରିସ୍ଥିତିକୁ ଦେଖି ସମସ୍ତ ମ୍ୟାଚ୍‌ ବନ୍ଦ ଘରେ ଖେଳାଯିବ ” ବୋଲି ଜିସିଏ ଟୁଇଟ୍‌ କରିଛି।