Categories: Home Leftଖେଳ

୨୨୩ରେ ଅଟକିଲା ଟିମ୍‌ ଇଣ୍ଡିଆ

କେପ ଟାଉନ,୧୧।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ନିର୍ଣ୍ଣାୟକ ତଥା ତୃତୀୟ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ମ୍ୟାଚର ପ୍ରଥମ ଦିନରେ ଭାରତ ୭୭ ଓଭର ଖେଳି ୨୨୩ ରନ୍‌ରେ ଅଲ୍‌ଆଟଉ ହୋଇଯାଇଛି।

ଭାରତ ଆରମ୍ଭରୁ ଦୁଇ ଓପନର କେଏଲ୍‌ ରାହୁଲ ଏବଂ ମୟଙ୍କ ଅଗ୍ରଓ୍ବାଲଙ୍କୁ ହରାଇଥିଲା। ହେଲେ ଅଧିନାୟକ କୋହଲି ଏବଂ ଚେତେଶ୍ବର ପୂଜାରା ଦକ୍ଷିଣ ଅଫ୍ରିକାର ବୋଲିଂ ଆଗରେ ଲଢୁଆ ମୁକାବିଲା କରିଥିଲେ । କୋହଲି ୭୯ ରନ୍‌ କରିଥିବା ବେଳେ ପୂଜାରା ୪୩ ରନ୍‌ କରିଥିଲେ। ଅନ୍ୟପକ୍ଷେ ଦଳର ଅନ୍ୟ ବ୍ୟାଟ୍ସମ୍ୟାନ ବଡ଼ ସ୍କୋର୍‌ କରିବାରେ ବିଫଳ ହୋଇଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ କାଗିସୋ ରବାଡ଼ା ୪ଟି ଏବଂ ମାର୍କୋ ଜାନସେନ ୩ଟି ଉଇକେଟ ନେଇଥିଲେ।