ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିଲା ବଡ଼ ଉପହାର

ନୂଆଦିଲ୍ଲୀ,୧୯।୩: ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ପାଇଁ ଶୁକ୍ରାବାର ଭାରତୀୟ କ୍ରିକେଟ ଦଳ ଘୋଷଣା କରାଯାଇଛି। ବିସିସିଆଇ ଟୁଇଟ୍‌ ଯୋଗେ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଡେବ୍ୟୁ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଥିବା ସୂର୍ଯ୍ୟକୁମାର ଯାଦବଙ୍କୁ ଏକଦିବସୀୟ ଟିମ୍‌ରେ ସ୍ଥାନ ମିଳିଛି। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ସିରିଜର ତିନୋଟି ମ୍ୟାଚ ପୁଣେରେ ଖେଳାଯିବ। ଏହି ଦଳରେ ସୂର୍ଯ୍ୟକୁମାର ଯାଦବ, କ୍ରୁନାଲ ପାଣ୍ଡ୍ୟା ଏବଂ ପ୍ରସିଦ୍ଧ କୃଷ୍ଣ ଏକ ସ୍ଥାନ ପାଇଛନ୍ତି। ତେବେ ଦିନିିନିଆ ଦଳରେ ଇଶାନ କିଶନଙ୍କୁ ସୁଯୋଗ ଦିଆଯାଇ ନାହିଁ।
ଭାରତ ବନାମ ଇଂଲଣ୍ଡ ଏକଦିବସୀୟ ସିରିଜ ସୂଚି
ମାର୍ଚ୍ଚ ୨୩ – ପ୍ରଥମ ଏକଦିବସୀୟ – ପୁଣେ – ଦିନ ୧.୩୦ ଭାରତୀୟ ସମୟ
ମାର୍ଚ୍ଚ ୨୬ – ଦ୍ୱିତୀୟ ଏକଦିବସୀୟ – ପୁଣେ – ଦିନ ୧.୩୦ ଭାରତୀୟ ସମୟ
ମାର୍ଚ୍ଚ ୨୮ – ତୃତୀୟ ଏକଦିବସୀୟ – ପୁଣେ – ଦିନ ୧.୩୦ ଭାରତୀୟ ସମୟ

ଇଂଲଣ୍ଡ ବିପକ୍ଷରେ ଭାରତୀୟ ଏକଦିବସୀୟ ଦଳ
ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ ଅଧିନାୟକ), ଶିଖର ଧାୱନ, ଶୁଭମନ ଗିଲ, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରିଷଭ ପନ୍ତ (ଉଇକେଟ କିପର), କେ.ଏଲ ରାହୁଲ (ଉଇକେଟ କିପର), ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ।