ରାଜକୋଟ,୧୫।୧: ଭାରତର ମହିଳା କ୍ରିକେଟ୍ ଦଳ ବୁଧବାର (ଜାନୁଆରୀ ୧୫) ରାଜକୋଟରେ ଆୟରଲ୍ୟାଣ୍ଡ ବିପକ୍ଷରେ ତୃତୀୟ ଏକଦିବସୀୟ ମ୍ୟାଚ୍ କୁ ୩୦୪ ରନରେ ଜିତି ସିରିଜରେ ୩-୦ରେ ମୂଳ ପଛ କରିଛି। କିନ୍ତୁ ଏହି ମ୍ୟାଚ୍ରେ ଟିମ୍ ଇଣ୍ଡିଆ ଯାହା ପୁରୁଷ ଦଳ ମଧ୍ୟ କରିପାରିନଥିଲା ତାହା କରି ଦେଖାଇଲା। ରାଜକୋଟରେ ଆୟରଲ୍ୟାଣ୍ଡ ବିପକ୍ଷରେ ଖେଳି ଟିମ୍ ଇଣ୍ଡିଆ ପ୍ରଥମ ଏବଂ ତୃତୀୟ ଏକଦିବସୀୟରେ ୪୩୫/୫ (୫୦ ଓଭରରେ) ସ୍କୋର କରିଥିଲା। ଯାହା ପୁରୁଷ ଏବଂ ମହିଳା ଉଭୟ ଦିନିକିଆରେ ଟିମ୍ ଇଣ୍ଡିଆର ସର୍ବୋଚ୍ଚ ସ୍କୋର।
ମହିଳା ଦଳର ଏହି ରେକର୍ଡ କରି ପୁରୁଷ ଦଳକୁ ମଧ୍ୟ ପଛରେ ପକାଇ ଦେଇଛି। ଏହା ପୂର୍ବରୁ ୨୦୧୧ରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ ବିପକ୍ଷରେ ୫ ଉଇକେଟ ହରାଇ ୪୧୮ ରନ୍ ସଂଗ୍ରହ କରିଥିଲା। ତେବେ ଦିନିକିଆ ମହିଳା କ୍ରିକେଟରେ ସର୍ବାଧିକ ସ୍କୋର ନ୍ୟୁଜିଲାଣ୍ଡ ନାମରେ ରହିଛି। ଏହି ରେକର୍ଡ ୨୦୧୮ ରେ ନ୍ୟୁଜିଲାଣ୍ଡ ଆୟାରଲ୍ୟାଣ୍ଡ ବିପକ୍ଷରେ କରିଥିଲା।
ତେବେ ବୁଧବାର ଏହି ବିଜୟ ସାହିତ ଭାରତୀୟ ମହିଳା କ୍ରିକେଟ ଦଳ ଇତିହାସ ରଚିଛି। ଦିନିକିଆ କ୍ରିକେଟରେ ମହିଳା ଟିମ୍ ସବୁଠାରୁ ବଡ଼ ବିଜୟ ହାସଲ କରିଛି। ସ୍ମୃତି ମନ୍ଧାନାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ରାଜକୋଟରେ ଆୟର୍ଲାଣ୍ଡକୁ ୩୦୪ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତ ସିରିଜ୍ ୩-୦ରେ ଜିତିଛି। ଭାରତ ପାଇଁ ସ୍ମୃତି ମନ୍ଧାନା ଏବଂ ପ୍ରତୀକା ରାଭାଲ ବିସ୍ଫୋରକ ଶତକ ହାସଲ କରିଥିଲେ। ପ୍ରତୀକା ୧୫୪ ରନର ଇନିଂସ ଖେଳିଥିଲେ। ଏହିପରି ଭାରତ ଆୟରଲ୍ୟାଣ୍ଡକୁ ୪୩୬ ରନର ଟାର୍ଗେଟ ଦେଇଥିଲା।