‘ଦଳକୁ ପ୍ରସ୍ତୁତ କରିବା ବଦଳରେ ବରବାଦ କରୁଛି ବିସିସିଆଇ’

ଲାହୋର,୧୨।୮: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସରଫରାଜ ନଓ୍ବାଜ ବିସିସିଆଇକୁ କଟାକ୍ଷ କରିଛନ୍ତି। ଭାରତ ତୁଳନାରେ ପାକିସ୍ତାନ ଟିମ୍‌ ଅଧିକ ସ୍ଥିର ନଜର ଆସୁଛି। କାରଣ ଭାରତୀୟ ଟିମ୍‌ ଏସିଆ କପ୍‌ ଏବଂ ଦିନିକିଆ ବିଶ୍ୱକପ୍‌ ପୂର୍ବରୁ ହିଁ ଖେଳାଳିମାନଙ୍କୁ ସଠିକ ସ୍ଥାନ ଦେଇନାହିଁ। ଅଗଷ୍ଟ ୩୧ରେ ଏସିଆ କପ୍‌ ଥିଲେ ହେଁ ଏଯାବତ ଖେଳାଳିଙ୍କ ମଧ୍ୟକ୍ରମ ସ୍ଥିର ହୋଇନାହିଁ ବୋଲି ସେ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି।

ଭାରତୀୟ ଟିମ୍‌ରେ ଅଧିନାୟକ ବଦଳୁଛନ୍ତି। ଅନେକ ନୂଆ ଖେଳାଳିଙ୍କୁ ସୁଯୋଗ ମିଳୁଛି। ଏମିତିରେ ଦଳର ଚିତ୍ର ସ୍ପଷ୍ଟ ହେଉନାହିଁ। କହିବାକୁ ଗଲେ ଭାରତୀୟ ଟିମ୍‌କୁ ପ୍ରସ୍ତୁତ ନୁହେଁ ବିସିସିଆଇ ବରବାଦ୍‌ କରୁଛି ବୋଲି ସେ କହିଛନ୍ତି।

ବିଶ୍ୱକପ୍‌ କଥା ଭାବିଲେ ଭାରତୀୟ ଟିମ୍‌ ଉପରେ ଚାପ ରହିବ। କାରଣ ଦଳ ଘରୋଇ ମଇଦାନରେ ବିଶ୍ୱକପ୍‌ ଖେଳିବ। ଏଥିସହ ୧୦ ବର୍ଷରୁ କୌଣସି ଆଇସିସି ଟ୍ରଫି ଜିତି ନ ପାରିବା ଚିନ୍ତାର କାରଣ ପାଲଟିବ। ହେଲେ କିଛି ବରିଷ୍ଠ ଖେଳାଳି ଥିବା ଦଳ ପାଇଁ ଶୁଭଙ୍କର ହୋଇପାରେ ବୋଲି ମଧ୍ୟ ସରଫରାଜ କହିଛନ୍ତି।