Categories: Home Leftଖେଳ

ଫେଲ ମାରିଲା ଟିମ୍‌ ଇଣ୍ଡିଆ

ଅହମ୍ମଦାବାଦ,୨୫।୨ :  ବିଶ୍ୱର ବୃହତ୍ତମ ଷ୍ଟାଡିୟମରେ ଚାଲିଥିବା ପିଙ୍କ୍‌ ବଲ ତଥା ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ ଫେଲ ମାରିଛି ଟିମ୍‌ ଇଣ୍ଡିଆ। ଇଂଲଣ୍ଡ ଦଳ ୧୧୨ ରନ୍‌ରେ ଅଲଆଉଟ୍‌ ହୋଇଥିବାବେଳେ ବଡ଼ ଇନିଂସ ଅଗ୍ରଣୀ ହାସଲ କରିବାକୁ ଲକ୍ଷ୍ୟ ରଖିଥିଲା ଟିମ୍‌ ଇଣ୍ଡିଆ। ହେଲେ ଘରୋଇ ଦଳ ମାତ୍ର ୧୪୫ ରନ୍‌ରେ ସୀମିତ ରହିଯାଇଛି। ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପାଇଁ କାଳ ସାଜିଥିଲେ ଇଂଲଣ୍ଡ ଅଧିନାୟକ ତଥା ପାର୍ଟ ଟାଇମ ସ୍ପିନର ଜୋ ରୁଟ୍‌। ସେ ମାତ୍ର ୬.୨ ଓଭରରେ ହିଁ ୫ ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିଅନ ପଠାଇଥିଲେ। ଭାରତୀୟ ଦଳ ପ୍ରଥମ ଇନିଂସରେ ୩୩ ରନ୍‌ର ଅଗ୍ରଣୀ ହାସଲ କରିଛି।

ଅସମାପ୍ତ ପ୍ରଥମ ଇନିଂସ ସ୍କୋର (୯୯/୩)ରୁ ବ୍ୟାଟିଂ କରିଥିବା ଭାରତୀୟ ଦଳ ବଳକା ୭ ଉଇକେଟରେ ଯୋଡ଼ିବାକୁ ସକ୍ଷମ ହୋଇଥିଲା ୪୬ ରନ୍‌। ରୋହିତ ଶର୍ମା ୬୬ ଓ ରବିଚନ୍ଦ୍ରନ ଅଶ୍ୱିନ ୧୭ ରନ୍‌ କରି ଆଉଟ୍‌ ହୋଇଥିବାବେଳେ ୧୦୦ତମ ଟେଷ୍ଟ ଖେଳୁଥିବା ଈଶାନ୍ତ ୧୦ ରନ୍‌ ଅପରାଜିତ ଥିଲେ। ଭ୍ରମଣକାରୀ ଦଳ ପାଇଁ ରୁଟ ୫ ଓ ଜ୍ୟାକ ଲିଚ୍‌ ୪ ଉଇକେଟ ନେଇଥିଲେ।