Categories: Home Leftଖେଳ

ଶୋଚନୀୟ ସ୍ଥିତିରେ ଟିମ୍‌ ଇଣ୍ଡିଆ: ୨୦୧ ରନ୍‌ରେ ଅଲ୍‌ଆଉଟ

ଗୌହାଟୀ,୨୪।୧୧: ସ୍ଥାନୀୟ ବର୍ସାପାରା କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚର ତୃତୀୟ ଦିନରେ ଭାରତୀୟ ବ୍ୟାଟରଙ୍କ ଖାମଖିଆଲି ପ୍ରଦର୍ଶନ ଦେଖିବାକୁ ମିଳିଛି। ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଟିମ୍‌ ଇଣ୍ଡିଆ ୨୦୧ ରନ୍‌ରେ ଅଲଆଉଟ ହୋଇଯାଇଛି। ଫଳରେ ଗୌହାଟୀ ଚେଷ୍ଟରେ ଭାରତର ସ୍ଥିତି ଶୋଚନୀୟ ହୋଇପଡିଛି।

ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ସେନୁରାନ ମୁଥୁସାମିଙ୍କ ଶତକ ବଳରେ ୪୮୯ ରନ କରିଥିଲା। ଜବାବରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ୨୦୧ ରନ୍‌ରେ ସୀମିତ ରହିଥିଲା। ଖେଳ ଆଉ ୨ ଦିନ ବାକିଥିଲା ବେଳେ ଦ. ଆଫ୍ରିକା ୩୧୪ ରନ୍‌ରେ ଆଗୁଆ ରହିଛି। ଫଳରେ ଭାରତ ପରାଜୟ ଆଶଙ୍କାରେ ରହିଛି।

Dharitri – Odisha’s No.1 Odia Daily