ଖଡ଼ିଆଳ,୨୩ା୮(ସୁଜିତ କୁମାର ପ୍ରଧାନ): ରାଜ୍ୟ ସଂଘ ଆହ୍ବାନକ୍ରମେ ନୂଆପଡ଼ା ଜିଲା ଖଡ଼ିଆଳ ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ଅଧ୍ୟାପକ କର୍ମଚାରୀ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି। ଏଥିରେ ପରିଚାଳନା କମିଟି ଦ୍ବାରା ନିଯୁକ୍ତ କଲେଜର ୩୦ରୁ ଊର୍ଦ୍ଧ୍ବ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ସାମିଲ ହୋଇଛନ୍ତି। ଦୀର୍ଘବର୍ଷ ହେଲା ନିଯୁକ୍ତ ହୋଇ ମଧ୍ୟ ସେମାନେ ସରକାରୀ ଅନୁଦାନ ପାଇନାହାନ୍ତି। ଏ ନେଇ ଆନ୍ଦୋଳନ ସହ ସରକାରଙ୍କୁ ଦାବି କରିଥିଲେ ମଧ୍ୟ ସୁଫଳ ମିଳିନାହିଁ। ଦାବି ପୂରଣ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ପ୍ରକାଶ କରିଛନ୍ତି। ଆନ୍ଦୋଳନରେ ଷ୍ଟାଫ୍ ଆସୋସିଏଶନର ସମ୍ପାଦକ ଗୀତାଶ୍ରୀ ପ୍ରିୟମ୍ବଦା, ଅଧ୍ୟାପିକା ପ୍ରଣତୀ ପଣ୍ଡା, ସନ୍ତୋଷିନୀ ସଲମା, ନିବେଦିତା ଆଚାରୀ, ସଲମାନ ମେହେରୁନ ଖାନ୍, ନୈନା ପ୍ରଧାନ, ଆନନ୍ଦିନୀ ମିଶ୍ର, ପ୍ରଦୀପ କୁମାର ବେହେରା, ରାଜା ବାରିକ, ଧବଳେଶ୍ୱର ନାଏକଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ ଥିଲେ।