ଶିକ୍ଷୟିତ୍ରୀ ପତ୍ନୀଙ୍କ ପରକୀୟା ପ୍ରୀତି ସନ୍ଦେହ କରି ମାଡ଼ମାରି ଥାନାକୁ ନେଲେ ସ୍ବାମୀ: ପରେ ଘଟିଲା ଏମିତି

ନିମାପଡ଼ା,୧୦।୯: ପୁରୀ ଜିଲା ନିମାପଡା ଅମଳାପଡାରେ ଏକ ଅଭାବନୀୟ ଘଟଣା ଘଟିଛି। ଶିକ୍ଷୟିତ୍ରୀ ପତ୍ନୀଙ୍କୁ ସନ୍ଦେହକରି ମାଡ଼ମାରି ରାସ୍ତାରେ ଚଲାଇ ଥାନାକୁ ଆଣିଲେ ସ୍ବାମୀ। ମାଡ଼ମାରି ରାସ୍ତାରେ ଲଙ୍ଗଳାକରି ନେଉଥିବାଭଳି ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି। ତେବେ ଏହି ଘଟଣାରେ ଶିକ୍ଷୟିତ୍ରୀଙ୍କ ସ୍ବାମୀ ଓ ତାଙ୍କ ସହଯୋଗୀଙ୍କୁ ପୋଲିସ ଗିରଫ କରିଛି। ଶିକ୍ଷୟିତ୍ରୀ ପତ୍ନୀ ଓ ନିର୍ଯାତିତ ଶିକ୍ଷକଙ୍କ ଅଭିଯୋଗ ଆଧାରରେ ଗିରଫ କରାଯାଇଛି। ଶିକ୍ଷକଙ୍କୁ ମଧ୍ୟ ମାଡ଼ ମାରି ଉଲଗ୍ନ କରି ଥାନାକୁ ଭିଡ଼ି ଆଣିଥିଲେ। ଆଇନକୁ ହାତକୁ ନେଇଥିବାରୁ ଶିକ୍ଷୟିତ୍ରୀଙ୍କ ସ୍ବାମୀଙ୍କୁ ଗିରଫ କରାଯାଇଛି।