ଶିଶୁଙ୍କ ଅନ୍ତର୍ନିହିତ ଗୁଣାବଳୀର ବିକାଶ ନେଇ ସଚେତନ କରାଇଲା ଶିକ୍ଷକ ସଂଘ

ଭଞ୍ଜନଗର,୧୫ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଦୀନବନ୍ଧୁ ବେହେରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଶନିବାର ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା ) ଭଞ୍ଜନଗର ଶାଖା ପକ୍ଷରୁ ବ୍ଲକସ୍ତରୀୟ ଶିଶୁ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଛାତ୍ରୀଛାତ୍ରଙ୍କ ସାହିତ୍ୟ, ସଂସ୍କୃତି ଏବଂ ଅନ୍ତର୍ନିହିତ ଗୁଣାବଳୀର ବିକାଶ ପାଇଁ ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ ହେଉଛି। ଶିଶୁମାନଙ୍କ ସର୍ବାଙ୍ଗୀନ ବିକାଶ ଏବଂ ଛାତ୍ରୀଛାତ୍ରଙ୍କୁ କାର୍ଯ୍ୟକ୍ରମ ଉପରେ ସଚେତନତା କରିବା ପାଇଁ ଆୟୋଜିତ ହେଉଥିବା ଏହି ଉତ୍ସବରେ ସଭାପତି ଦିଲ୍ଲୀପ କୁମାର ସ୍ବାଇଁ ଅଧ୍ୟକ୍ଷତା କରିଥିଲେ। ଜିଲା ସଭାପତି ସନ୍ତୋଷ ଜେନା ସଭାକୁ ସଂଯୋଜନା କରିଥିଲେ। ସମ୍ପାଦକ ଗୌରୀ ନନ୍ଦନ ହୋତା ସ୍ବାଗତ ଭାଷଣ ଦେଇଥିଲେ। ଭଞ୍ଜନଗର ଏନ୍‌ଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

ଏଥିସହ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ କୃତିବାସ ବିଶାଳ, ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଲୋପାମୁଦ୍ରା ରଥ, ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ସ୍ବରାଜ କହଁର, ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ
ପ୍ରଧାନ ଶିକ୍ଷକ ମଦନ ମୋହନ ରଥ, ଭଞ୍ଜନଗର ରୋଟାରୀ କ୍ଲବ ସଭାନେତ୍ରୀ ସୁନିତା ବାରିକ, ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ର ମୁଖ୍ୟ ଉପଦେଷ୍ଟା ଜଗବନ୍ଧୁ ଜେନା, ଜିଲା ସମ୍ପାଦକ ବିଜୟ କୁମାର ବେହେରା, ଉପଦେଷ୍ଟା ଭିକାରୀ ଚରଣ ଗୌଡ଼, ହିମାଂଶୁ କୁମାର ପଟ୍ଟନାୟକ, ଅମର ବିଳାସ ବେହେରା, ରାଜ କୁମାର ସାହୁ, ଆଶୋକ କୁମାର ହୋତା, କେଦାର ନାଥ ପଟ୍ଟନାୟକ, ଦିଲୀପ କୁମାର ପ୍ରଧାନ, ଦୁଃଖୀ ଶ୍ୟାମ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

Dharitri – Odisha’s No.1 Odia Daily