ଶିକ୍ଷକ ସଂଘ ସମ୍ପାଦକ କମଳାକାନ୍ତ ଉପ ସଭାନେତ୍ରୀ ତିଳୋତମାଙ୍କୁ ସମ୍ବର୍ଦ୍ଧିତ …

ପାଟଣା,୨୨।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘପାଟଣା ତରଫରୁ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଆୟୋଜିତ ସମ୍ବର୍ଦ୍ଧନା ସଭା ଶିକ୍ଷାବିତ୍‌ ପାର୍ଥ ସାରଥି ବେଜଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ବ୍ଲକ ପ୍ରତିନିଧି କମଳା କାନ୍ତ ଦାଶ, ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ଶିକ୍ଷକ ଅରୁଣ କୁମାର ମିଶ୍ର, ସମ୍ମାନିତ ଅତିଥି ଭାବେ ପାଟଣା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ଅମାତ, ସାମାଜିକ କର୍ମୀ ଅଜୟ କୁମାର ଦାଶ, ଅବସର ପ୍ରାପ୍ତ ଶିକ୍ଷକ ରବିନ୍ଦ୍ର କୁମାର ବେଜ, ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ହରେକୃଷ୍ଣ ମହାନ୍ତ, ଓ ସନାତନ ଦାଶ ପ୍ରମୁଖ ଯୋଗ ଦେଇ ନବ ନିର୍ବାଚିତ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଜିଲା ସଂପାଦକ କମଳା କାନ୍ତ ପତି ଓ ଉପସଭା ନେତ୍ରୀ ତିଳୋତମା ବେହେରାଙ୍କୁ ପୁଷ୍ପ ଗୁଚ୍ଛ, ଉତ୍ତରୀୟ, ମାନ ପତ୍ର, ଦେଇ ସମ୍ବର୍ଦ୍ଧିତ କରିଛନ୍ତି। ପତି ପାଟଣା ସରକାରୀ ଉଚ ପ୍ରାଥମିକ ବିଦ୍ୟାଳୟର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ରୂପେ କାର୍ଯ୍ୟ କରୁଥିବା ବେଳେ ଶ୍ରୀମତୀ ବେହେରା ମଙ୍ଗଳପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ଏହି ଅବସର ରେ ଖବର ଦାତା କାମିନୀ କାନ୍ତ ଦ୍ୱିବେଦୀ,ରଞ୍ଜନ ବାରିକ, ଚିରଞ୍ଜିବି ଦାଶ, ବିଜୟକାରୁଆ ଓ ଦଶରଥ ବାରିକ ପ୍ରମୁଖ ଖବର ଦାତାଙ୍କୁ ମୁଖ୍ୟ ଅତିଥି ଦାଶ ଉତ୍ତରୀୟ ପୁଷ୍ପ ଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଶିକ୍ଷକ ନେତା ବୀର ମୋହନ ଦ୍ୱିବେଦୀ, ଜ୍ୟୋର୍ତିମୟ ତ୍ରିପାଠୀ, ସନ୍ତୋଷ କୁମାର ନାଏକ,ପ୍ରମୋଦ କୁମାର ମହାନ୍ତ,ପ୍ରମୁଖ ନବ ନିର୍ବାଚିତ ଶିକ୍ଷକ ନେତାଙ୍କୁ ଶୁଭେଛା ଜଣାଇଛନ୍ତି।

Share