ଶପଥ ନେଲେ ଶିକ୍ଷକ ସଂଘର ଜିଲା କର୍ମକର୍ତ୍ତା

ପାଟଣା,୧୪।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ନବ ନିର୍ବାଚିତ କର୍ମକର୍ତ୍ତା ପାଟଣା ମୁଖ୍ୟାଳୟରେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରବିବାର ଶପଥ ପାଠ କରିଛନ୍ତି।

ଆୟୋଜିତ କାର୍ଯ୍ୟକ୍ରମରେ ଜିଲା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପୂର୍ବତନ ସଭାପତି ଅତୁଲ କୁମାର ବଳଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ କୈଳାଶ ଚନ୍ଦ୍ର ବାରିକ, ସମ୍ମାନୀତ ଅତିଥି ଭାବେ ପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ଅମାତ, ରାଜ୍ୟ ସଂଘ ଉପଦେଷ୍ଟା ବିଜୟ କୁମାର ନାୟକ, ପାଟଣା ବିଧାୟକଙ୍କ ବ୍ଲକ ପ୍ରତିନିଧି କମଳା କାନ୍ତ ଦାଶ, ସଂଗଠନର ପୂର୍ବତନ ଜିଲା ସମ୍ପାଦକ ମୁକୁନ୍ଦ ଚରଣ ସାହୁ, ସଂଘର ବ୍ଲକ ସଭାପତି ନନ୍ଦ କିଶୋର ନାଏକ, ଶିକ୍ଷାବିତ ଭବାନୀଶଙ୍କର ମହାନ୍ତ, ସାମାଜିକ କର୍ମୀ ଅଜୟ କୁମାର ଦାଶ, ବରିଷ୍ଠ ଖବରଦାତା ନୃସିଂହ ନାଥ ସିଂହ, ଅବସର ପ୍ରାପ୍ତ ପାଟଣା ଏବିଓ ବିଜୟ କୁମାର ଓଝା, ପୂର୍ବତନ ପାଟଣା ବ୍ଲକ ସମ୍ପାଦକ ବିଶ୍ୱନାଥ ମହାନ୍ତ, ପୂର୍ବତନ ଘଟଗାଁ ବ୍ଲକ ସମ୍ପାଦକ ଶିଶିର କୁମାର ରାଉତ ପ୍ରମୁଖ ଯୋଗଦେଇ ପ୍ରାଥମିକ ଶିକ୍ଷକଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମକୁ ଶିକ୍ଷାବିତ ପାର୍ଥ ସାରଥି ବେଜ ଏବଂ ଶିକ୍ଷକ ରାମେଶ୍ବର ବାରିକ ସଂଯୋଜନା କରିଥିଲେ।

ନବନିର୍ବାଚିତ ସଭାପତି ସନ୍ତୋଷ କୁମାର ଜେନା, ଉପସଭାପତି ତିଳତ୍ତମା ବେହେରା, ଗୋବର୍ଦ୍ଧନ ଜେନା, ସମ୍ପାଦକ କମଳା କାନ୍ତ ପତି, ଯୁଗ୍ମ ସମ୍ପାଦକ ଚିତ୍ତ ରଞ୍ଜନ ମହାନ୍ତ, ବିଶନାଥ ମାଝି, ବୁଦ୍ଧଦେବ ନାୟକ, ସଂଗଠନ ସମ୍ପାଦକ ସଚିଦା ନନ୍ଦ ପ୍ରଧାନ, ଜିଲା ସଂଯୋଜକ ରବିନ୍ଦ୍ର କୁମାର ନାୟକ ଏବଂ କୋଷାଧ୍ୟକ୍ଷ ଅଶୋକ କୁମାର ବରାଳ ପ୍ରମୁଖ ସାମୁହିକ ଜିଲାର ଶିକ୍ଷକ ମାନଙ୍କ ଉନ୍ନତି ପାଇଁ ନିଃସାର୍ଥପର ଭାବେ କାର୍ଯ୍ୟ କରିବା ସହ ସଂଘର ନିୟମବଳି ଓ ଶିକ୍ଷକଙ୍କ ଗୋପନୀୟତା ବଜାଇ ରଖିବାକୁ ଶପଥ ଗ୍ରହଣ କରିଥିଲେ।