ବିଦ୍ୟାଳୟ ଗୃହ ନିର୍ମାଣ ପାଇଁ ଆସିଥିବା ଅର୍ଥ ଆତ୍ମସାତ୍‌ ମାମଲା, ଶିକ୍ଷକଙ୍କୁ ୪ ବର୍ଷ ଜେଲ

ଫୁଲବାଣୀ/ବୌଦ୍ଧ, ୧୩ା୧୨(ରାକେଶ କୁମାର ରାଉତ/ଅଜିତ୍‌ କୁମାର ବାରିକ୍‌): ବିଦ୍ୟାଳୟ ଗୃହ ନିର୍ମାଣ ପାଇଁ ଆସିଥିବା ଅର୍ଥ ଆତ୍ମସାତ୍‌ ମାମଲାର ବିଚାର କରି ଶୁକ୍ରବାର ଫୁଲବାଣୀ ଭିଜିଲାନ୍ସ ବିଚାରପତି ରାଜେଶ ଦାସ ଜଣେ ଶିକ୍ଷକଙ୍କୁ ୪ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ା ଏଥିସହ ୪ ହଜାର ଟଙ୍କା ଜରିମାନା ଏବଂ ଅନାଦାୟେ ଅଧିକ ୪ ମାସ ଜେଲ ଭୋଗିବା ପାଇଁ ରାୟରେ ଉଲ୍ଲେଖ କରିଛନ୍ତି। ଶିକ୍ଷକ ଜଣଙ୍କ ହେଲେ ବୌଦ୍ଧ ଜିଲା ବୁଧିବାଲଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସଞ୍ଚୟ କୁମାର ମଲ୍ଲିକ। ବର୍ତ୍ତମାନ ସେ ଗୁଣ୍ଡୁଲିଆ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି।
ସୂଚନା ଅନୁସାରେ, ବିଦ୍ୟାଳୟ ଗୃହ ନିର୍ମାଣ ପାଇଁ ଅର୍ଥ ଆସିଥିଲା। କାମ ନ କରି ସେଥିରୁ ୨ ଲକ୍ଷ ୪୮ ହଜାର ୭୯୧ ଟଙ୍କା ଆତ୍ମସାତ୍‌ ହୋଇଥିବା ନେଇ ଭିଜିଲାନ୍ସରେ ୨୦୧୭ ଜୁନ୍‌ ୨୨ରେ ଅଭିଯୋଗ ହୋଇଥିଲା ା ଭିଜିଲାନ୍ସ ବିଭାଗ ଏନେଇ ୧୧/୧୭ରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିଲା ା ତଦନ୍ତରେ ଅର୍ଥ ଆତ୍ମସାତ୍‌ ହୋଇଥିବା ନେଇ ସ୍ପଷ୍ଟ ହୋଇଥିଲା। ମାମଲା ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସଞ୍ଚୟ କୁମାର ମଲ୍ଲିକ ଏବଂ ବିଦ୍ୟାଳୟ ପରିଚାଳନା କମିଟି ସଭାପତିଙ୍କ ନାମରେ ଚାଲିଥିଲା। ବିଦ୍ୟାଳୟ ପରିଚାଳନା କମିଟି ସଭାପତିଙ୍କ ମୃତ୍ୟୁ ହୋଇଥିବାରୁ ତାଙ୍କ ବିରୋଧରେ ମାମଲାକୁ ବନ୍ଦ କରି ଦିଆଯାଇଛି ା ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଭିଭି ରାମଦାସ ମାମଲା ପରିଚାଳନା କରୁଥିଲେ ା

Dharitri – The Largest & Most Trusted Odia Daily

Share