୮ ପୁରୁଷଙ୍କୁ ବାହାହୋଇ ଲକ୍ଷ ଲକ୍ଷ ଲୁଟିଲେ ଶିକ୍ଷୟିତ୍ରୀ: ଧରାପଡ଼ିବା ପରେ…

ନାଗପୁର:ମହାରାଷ୍ଟ୍ରର ନାଗପୁରରେ ପୋଲିସ ଜଣେ ଲୁଣ୍ଠନକାରୀ ବୋହୂଙ୍କୁ ଗିରଫ କରିଛି। ସେ ଜଣେ କି ୨ ଜଣ ନୁହେଁ, ଜଣକ ପରେ ଜଣେ ଏପରି ୮ ଜଣଙ୍କୁ ବିବାହ କରି ଅନେକ ଲକ୍ଷ ଟଙ୍କା ଲୁଟିଥିଲେ। ସମୀରା ଫତିମା ନାମ୍ନୀ ଏହି ମହିଳା ପରବର୍ତ୍ତୀ ଟାର୍ଗେଟ ତଲାସରେ ଥିଲାବେଳେ ଗିରଫ ହୋଇଥିବା ପୋଲିସ ଅଧିକାରୀ କହିଛନ୍ତି। ସମ୍ଭାବ୍ୟ ୯ମ ବରକୁ ଭେଟିବା ବେଳେ ସେ ଧରାପଡ଼ିଥିଲେ। ପ୍ରାଥମିକ ତଦନ୍ତ ଅନୁଯାୟୀ, ଅଭିଯୁକ୍ତ ମହିଳା ଜଣକ ସ୍ବାମୀମାନଙ୍କୁ ବ୍ଲାକ୍‌ମେଲ୍‌ କରି ସେମାନଙ୍କୁଠାରୁ ଟଙ୍କା ଶୋଷଣ କରୁଥିଲେ। ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ରିପୋର୍ଟ ଅନୁଯାୟୀ ସମୀରା ଜଣେ ଶିକ୍ଷିତା ଓ ପେସାରେ ଜଣେ ଶିକ୍ଷୟିତ୍ରୀ। ସେ ବିଭିନ୍ନ ସ୍ବାମୀଙ୍କଠାରୁ ଅର୍ଥ ଶୋଷଣ ପାଇଁ ଏକ ଗ୍ୟାଙ୍ଗ୍‌ ସହ କାମ କରୁଥିଲେ ବୋଲି ପୋଲିସ ଜାଣିବାକୁ ପାଇଛି। ୧୫ ବର୍ଷ ମଧ୍ୟରେ ସମୀରା ଅନେକ ଧନୀ ଓ ବିବାହିତ ମୁସଲମାନ ପୁରୁଷଙ୍କୁ ପ୍ରଲୋଭିତ କରିଥିଲେ। ସେ ଜଣେ ସ୍ବାମୀଠାରୁ ୫୦ ଲକ୍ଷ ଟଙ୍କା ଲୁଟିଥିବାବେଳେ ଅନ୍ୟ ଜଣକଠାରୁ ୧୫ ଲକ୍ଷ ଟଙ୍କା ଶୋଷଣ କରିଥିଲେ।

Share