ପାଇକମାଳ,୨୩।୧(ବଡ ଶତପଥୀ): ବରଗଡ ଜିଲା ପାଇକମାଳରେ ଆଉ ଏକ ଲଜ୍ଜା ଜନକ ଘଟଣା ଘଟିଛି। ଜନୈକ ପିଇଟି ଶିକ୍ଷକ ଜଣେ ନାବାଳିକାଙ୍କୁ ସ୍କୁଲ ବାରଣ୍ଡାରେ ଅସଦାଚରଣ କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ବୁଧବାର ଅପରାହ୍ନରେ ଏହି ଘଟଣା ଘଟିଥିବା ବେଳେ ପୀଡିତାଙ୍କ ବଡଭାଇ କମଳ ତାଣ୍ଡି (୨୫) ତାଙ୍କ ବାପା ମହିତ ତାଣ୍ଡି ଗ୍ରାମ ସକରି, ଶୁକ୍ରବାର ପାଇକମାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ଥାନାରେ କେଶ ନଂ ୨୨/୨୬ରେ ମାମଲା ରୁଜକରି ପିଇଟି ଶିକ୍ଷକ ନାରାୟଣ ସାହୁ (୫୮)ଙ୍କୁ ତାଙ୍କ ଘରୁ ଗିରଫ କରିଛି ପାଇକମାଳ ପୋଲିସ। ପରେ ତାଙ୍କୁ ପସ୍କୋ କୋଟକୁ ପଠାଇଛନ୍ତି ବୋଲି ପାଇକମାଳ ଥାନା ଅଧିକାରୀ କୈଳାସ ଚନ୍ଦ୍ର ପ୍ରଧାନ ଜଣାଇଛନ୍ତି। ଘଟଣାଟି ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।