ସ୍କୁଲରେ ଏକୁଟିଆ ପାଇ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିବା ଶିକ୍ଷକଙ୍କୁ ପଡିଲା ମହଙ୍ଗା, ଧରାପଡିବା ପରେ…

ପାଟଣାଗଡ଼,୪ା୧୨(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅଞ୍ଚଳରେ ଥିବା ଏକ ବିଦ୍ୟାଳୟରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଜଣେ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ଛାତ୍ରୀଙ୍କ ମା’ ମଙ୍ଗଳବାର ଲରମ୍ଭା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ନଂ ୨୭୯ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରାଯାଇ ବୁଧବାର କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ଭାନୁପ୍ରସାଦ ଯାଦବ ସୂଚନା ଦେଇଛନ୍ତି। ପ୍ରକାଶ ଯେ, ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ବିଦ୍ୟାଳୟ କୋଠରୀରେ ଏକୁଟିଆ ଥିବାର ସୁଯୋଗ ନେଇ ଶିକ୍ଷକ ଜଣକ ଅସଦାଚରଣ କରିଥିଲେ। ଛାତ୍ରୀ ଜଣକ କୋଠରୀ ଭିତରେ କାନ୍ଦୁଥିବା ଦେଖି ସହପାଠୀମାନେ ଏହି ଘଟଣାକୁ ନେଇ ସ୍କୁଲର ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଅବଗତ କରାଇଥିଲେ। ପରେ ଘଟଣା ସମ୍ପର୍କରେ ଛାତ୍ରୀଙ୍କ ମା’ ବାପା ଓ ଗ୍ରାମବାସୀ ବିଦ୍ୟାଳୟକୁ ଆସି ଅଭିଯୋଗ କରିଥିଲେ।

Dharitri – The Largest & Most Trusted Odia Daily