ଦିଗପହଣ୍ଡି,୨୭।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତା ର ଦେଓଖାଳି ଛକ ରେ ଗତ ବୁଧବାର ସକାଳ ପ୍ରାୟ ସାଢ଼େ ୬ ଟାରେ ଦ୍ରୁତଗାମୀ ପିକଅପ୍ ଭ୍ୟାନ (ନଂ. ଓଡ଼ି୦୨ ବିଏମ – ୬୮୪୦) ଧକ୍କାରେ ଦେଓଖାଳି ଗ୍ରାମ ମଠ ସାହିର ଚାହା ଦୋକାନୀ କୋରା ବେହେରା(୫୬) ଗୁରୁତର ଆହାତ ହୋଇଥିଲେ।ତାଙ୍କୁ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା। ଗତ ଶନିବାର ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। ଏ ନେଇ କୋରାଙ୍କ ପୁଅ କାଳିଆ ବେହେରା କେ. ନୂଆଗାଁ ଥାନାରେ ଏତଲା ଦେଇଥିଲେ। ଥାନା ମାମଲା ନଂ. ୨୭/୨୬ ଅନୁଯାୟୀ ତଦନ୍ତକାରୀ ଅଧିକାରୀ ଏଏସଆଇ ସି. ତାରକେଶ୍ୱର ରାଓ ଶେରଗଡ଼ ଥାନା ବାଦଗଡ ଗ୍ରାମର ଅଭିଯୁକ୍ତ ପିକଅପ୍ ଚାଳକ ଦିଲ୍ଲୀପ କୁମାର ପାଢ଼ୀଙ୍କୁ ମଙ୍ଗଳବାର ଗିରଫ କରି ଦିଗପହଣ୍ଡି କୋର୍ଟ କୁ ଚାଲାଣ କରିଥିବା ଜଣାପଡିଛି।