Categories: Home Leftଖେଳ

ଭାଙ୍ଗିଲା ଅପରାଜେୟ ଧାରା

ଇଣ୍ଡିଆନ ଓ୍ବେଲ୍ସ,୨୧।୩: ଚଳିତ ବର୍ଷ ଲଗାତାର ୧୯ ମ୍ୟାଚ୍‌ ଜିତିବା ପରେ ସ୍ପାନିଶ କିମ୍ବଦନ୍ତୀ ରାଫାଲ ନାଡାଲ ପ୍ରଥମ ଥର ପାଇଁ ପରାଜୟ ସ୍ବାଦ ଚାଖିଛନ୍ତି। ଏଠାରେ ଚାଲିଥିବା ଇଣ୍ଡିଆନ୍‌ ଓ୍ବେଲ୍ସ ମାଷ୍ଟର୍ସ ଫାଇନାଲରେ ୨୧ ଗ୍ରାଣ୍ଡସ୍ଲାମ ଚାମ୍ପିୟନ ନାଡାଲଙ୍କୁ ୩-୬,୬-୭(୫/୭)ରେ ହରାଇ ଦେଇଛନ୍ତି ଆମେରିକାର ଟେଲର ଫ୍ରିଜ। ଡାହାଣ କହୁଣିରେ ଯନ୍ତ୍ରଣା ସତ୍ତ୍ୱେ ୨୪ ବର୍ଷୀୟ ଖେଳାଳି ବିଶ୍ୱ ଟେନିସରେ ବଡ଼ ବିପର୍ଯ୍ୟୟ ଘଟାଇଛନ୍ତି।

ବିଶ୍ୱରେ ୨୦ତମ ର଼୍ୟାଙ୍କରେ ଥିବା ଫ୍ରିଜ କ୍ୟାରିୟରର ଦ୍ୱିତୀୟ ଟାଇଟଲ ହାସଲ କରିଛନ୍ତି। ତେବେ ଏହା ତାଙ୍କ କ୍ୟାରିୟରର ପ୍ରଥମ ମାଷ୍ଟର୍ସ ୧୦୦୦ ଟାଇଟଲ। ଅନ୍ୟପକ୍ଷରେ ୩୫ ବର୍ଷୀୟ ନାଡାଲ ମ୍ୟାଚ୍‌ ବେଳେ ଦୁଇ ଥର ମେଡିକାଲ ବ୍ରେକ ନେଇଥିଲେ। ଶରୀରର ଉପର ଭାଗରେ ଯନ୍ତ୍ରଣା ସତ୍ତ୍ୱେ ସେ ଖେଳ ଜାରି ରଖିଥିଲେ। ଏଥିଯୋଗୁ ତାଙ୍କ ନିଶ୍ୱାସ ଉପରେ ମଧ୍ୟ ପ୍ରଭାବ ପଡ଼ିଥିଲା।