Budget 2025: ବରିଷ୍ଠ ନାଗରିକଙ୍କ ପାଇଁ ଖୁସିଖବର, ଟିକସ ଛାଡ଼ କଲେ ସରକାର, ଏଣିକି ଏତିକି ଯାଏ…

ନୂଆଦିଲ୍ଲୀ,୧।୨: ଦେଶର ବଜେଟ ଶନିବାର ଅର୍ଥାତ୍‌ ୧ ଫେବୃଆରୀ, ୨୦୨୫ରେ ଉପସ୍ଥାପିତ ହେଉଛି। ଏଥିରେ କିଛି ବିଶେଷ ଘୋଷଣା ଆଶା କରାଯାଉଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି କର୍ପୋରେଟ ଜଗତ ପର୍ଯ୍ୟନ୍ତ, ସମସ୍ତେ ଏହି ବଜେଟକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏଥର ମନେ ହେଉଛି ଯେ ସରକାର ମୁଦ୍ରାସ୍ଫୀତି ଏବଂ ଟିକସ କ୍ଷେତ୍ରରେ ଲୋକଙ୍କୁ ଅନେକ ବଡ଼ ଆଶ୍ୱସ୍ତି ଘୋଷଣା କରିପାରନ୍ତି।

ଅର୍ଥମନ୍ତ୍ରୀ କହିଛନ୍ତି ଯେ ଟିଡିଏସ ପ୍ରକ୍ରିୟାକୁ ସରଳ କରାଯିବ। ବରିଷ୍ଠ ନାଗରିକଙ୍କ ପାଇଁ ଟିକସ ଛାଡ଼ ଦ୍ୱିଗୁଣିତ। ସେମାନଙ୍କ ପାଇଁ ସୁଧ ଛାଡ଼ ୫୦ ହଜାର ଟଙ୍କାରୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।