Tokyo 2020 Olympics - Swimming - Women's 200m Breaststroke - Final - Tokyo Aquatics Centre - Tokyo, Japan - July 30, 2021. Tatjana Schoenmaker of South Africa reacts after setting a new World record to win the gold medal REUTERS/Marko Djurica
ଟୋକିଓ, ୩୧।୭(ଏପି)-
ଦକ୍ଷିଣ ଆଫ୍ରିକାର ଟାଟଜାନା ସ୍କ୍ବେନମାକର ପ୍ରଥମ ସନ୍ତରଣକାରୀଭାବେ ଚଳିତ ଟୋକିଓ ଅଲିମ୍ପିକ୍ସର ସନ୍ତରଣର ବ୍ୟକ୍ତିଗତ ଇଭେଣ୍ଟରେ ବିଶ୍ୱରେକର୍ଡର ଅଧିକାରି ହୋଇଛନ୍ତି। ଏହି ୨୪ ବର୍ଷୀୟା ସନ୍ତରଣକାରୀ ମହିଳା ୨୦୦ ମିଟର ବ୍ରେଷ୍ଟଷ୍ଟ୍ରୋକ୍ ଇଭେଣ୍ଟରେ ୨ ମିନିଟ ୧୮.୯୫ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏହି ଅବସରରେ ସେ ଡେନମାର୍କର ରିକି ମୋଲେର ପେଡେରସେନଙ୍କ ନାମରେ ଥିବା ବିଶ୍ୱରେକର୍ଡକୁ ଭାଙ୍ଗିଛନ୍ତି। ବାର୍ସିଲୋନାରେ ଅନୁଷ୍ଠିତ ୨୦୧୩ ବିଶ୍ୱ ଚାମ୍ପିୟନଶିପ୍ରେ ପେଡେରସେନ ୨:୧୯.୧୧ ସେକେଣ୍ଡ ସମୟ ନେଇ ରେକର୍ଡର ଅଧିକାରୀ ଥିଲେ। ଟୋକିଓ ଆକ୍ୱାଟିକ୍ ସେଣ୍ଟରରେ ଏହା ତୃତୀୟ ବିଶ୍ୱରେକର୍ଡ। ପୂର୍ବରୁ ୨ଟି ମହିଳା ରିଲେରେ ହୋଇଥିଲା। ”ମୁଁ କେବେ ଏହା ଆଶା କରି ନ ଥିଲି“ ବୋଲି ୧୦୦ ମିଟର ବ୍ରେଷ୍ଟଷ୍ଟ୍ରୋକ୍ରେ ରୌପ୍ୟ ପଦକ ଜିତିଥିବା ଟାଟଜାନା କହିଛନ୍ତି। ରୁଷିଆର ଏଭଗେନି ରେଲୋଭ ବ୍ୟାକ୍ଷ୍ଟ୍ରୋକ୍ରେ ଡବଲ ଟାଇଟଲ ହାସଲ କରିଛନ୍ତି। ଇମ୍ମା ମ୍ୟାକକନ ଅଷ୍ଟ୍ରେଲିଆକୁ ଆଉ ଏକ ସ୍ବର୍ଣ୍ଣ ପଦକ ଦେଇଛନ୍ତି। ସନ୍ତରଣରେ ପୂର୍ବରୁ ରାଜୁତି କରୁଥିବା ଆମେରିକାର ପ୍ରଦର୍ଶନ କିନ୍ତୁ ଏଥର ନୈରାଶ୍ୟଜନକ ରହିଛି। ଚାଇନା ପଦକ ତାଲିକାର ଶୀର୍ଷରେ ଅପରିବର୍ତ୍ତିତ ରହିଛନ୍ତି। ୨୦୦ ମିଟର ବ୍ୟାକ୍ଷ୍ଟ୍ରୋକ୍ରେ ରେଲୋଭ ଅଲିମ୍ପିକ୍ ରେକର୍ଡ ସମୟ ୧:୫୩.୨୯ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣ ପଦକ ଜିତିଥିବାବେଳେ ଆମେରିକାର ରିଆନ ମର୍ଫି ୧:୫୪.୧୫ ସେକେଣ୍ଡ ସହ ରୌପ୍ୟରେ ସନ୍ତୁଷ୍ଟ ହୋଇଛନ୍ତି। ମର୍ଫି ୨୦୧୬ ରିଓ ଅଲିମ୍ପିକ୍ସରେ ଡବଲ ଗୋଲ୍ଡ ମେଡାଲିଷ୍ଟ ଥିଲେ।