ଟାଟା ପାୱାରର ନୂତନ ଅଭିଯାନ

ଭୁବନେଶ୍ୱର,୨୩।୮: ଟାଟା ପାଓ୍ବାରର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ତଥା ନୂତନ ଅଭିଯାନର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶାର ଡିସ୍‌କମ୍‌ଗୁଡ଼ିକ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌), ଟିପି ସଦର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଏସ୍‌ଓଡିଏଲ୍‌), ଟିପି ନଦର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଏନ୍‌ଓଡିଏଲ୍‌) ଓ ଟିପି ୱେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌)ର ଗ୍ରାହକ ସେବାକୁ ସରଳୀକରଣ କରିବା ସହ ଡିସ୍‌କମ୍‌ ମଧ୍ୟରେ ଥିବା ସମ୍ପର୍କରେ ମଧ୍ୟ ବ୍ୟାପକ ଉନ୍ନତି ଆଣିଛନ୍ତି। ଏପରିକି ଡିଜିଟାଲ ପ୍ଲାଟ୍‌ଫର୍ମର ବ୍ୟାପକ ନେଟ୍‌ୱର୍କ, ଗ୍ରାହକ ସେବା କେନ୍ଦ୍ର, ଗ୍ରାମୀଣ ଯୋଗାଯୋଗ ଅଭିଯାନ ଏବଂ ଗୋଷ୍ଠୀ ପରିଚାଳିତ ମଡେଲ ଭଳି ବ୍ୟବସ୍ଥା ସାଙ୍ଗକୁ ଡିସ୍‌କମ୍‌ଗୁଡ଼ିକ ବିଦ୍ୟୁତ୍‌ ସେବାକୁ ପ୍ରାୟ ୧୦ ଲକ୍ଷ ବିଦ୍ୟୁତ୍‌ ଗ୍ରାହକଙ୍କ ନିକଟତର କରିବା ସହ ସ୍ବଚ୍ଛ ଓ ଗ୍ରାହକ କୈନ୍ଦ୍ରିକ କରିପାରିଛନ୍ତି। ବିଦ୍ୟୁତ୍‌ ସେବାକୁ ଯେକୌଣସିି ସମୟରେ ଯେକୌଣସିଠାରେ ଉପଲବ୍ଧ କରିବା ଲାଗି ଗତ ୫ ବର୍ଷ ମଧ୍ୟରେ ଡିସ୍‌କମ୍‌ଗୁଡ଼ିକ ବହୁ ସଂଖ୍ୟକ ପ୍ରଯୁକ୍ତି ଆଧାରିତ ଗ୍ରାହକ ସମାଧାନ ଆରମ୍ଭ କରିଛନ୍ତି। ଗ୍ରାହକମାନେ ନୂଆ ବିଦ୍ୟୁତ୍‌ ସଂଯୋଗ ହାସଲକରିବା ଲାଗି ଅନ୍‌ଲାଇନ କିମ୍ବା କେବଳ ଏକ ମିସ୍‌ଡ କଲ୍‌ ସେବା ଜରିଆରେ ଆବେଦନ କରିପାରୁଛନ୍ତି। ଫଳରେ ଡିସ୍‌କମ୍‌ଗୁଡିକର କାର୍ଯ୍ୟାଳୟ ପରିଦର୍ଶନ ଓ କାଗଜପତ୍ର କାମ ଆବଶ୍ୟକତା ଦୂରହୋଇପାରିଛି। ପେମେଣ୍ଟ, ସେବା ଅନୁରୋଧ, ବିଲିଂ ହିଷ୍ଟ୍ରି ଓ ବାସ୍ତବ ସମୟ ଅପ୍‌ଡେଟ୍‌ ପାଇଁ ମାଇଁ ଟାଟା ପାୱାର ଆପ୍‌ ଏକ ସିଙ୍ଗଲ ୱିଣ୍ଡୋ ପ୍ଲାଟ୍‌ଫର୍ମରେ ପରିଣତ ହୋଇଛି। ଓଡ଼ିଶାର ଉଭୟ ଗ୍ରାମୀଣ ଓ ସହରାଞ୍ଚଳ ଗ୍ରାହକଙ୍କୁ ସହାୟତା ପ୍ରଦାନ କରିବା ଲାଗି ଟାଟା ପାୱାର ପକ୍ଷରୁ ପ୍ରତ୍ୟକ୍ଷ ଟଚ୍‌ ପଏଣ୍ଟରେ ବ୍ୟାପକ ନିବେଶ କରାଯାଇଛି।